ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବ୍ଳକ ସ୍ତରିୟ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସଵ ଅନୁଷ୍ଠିତ

ଦାରିଙ୍ଗବାଡ଼ି(୨୬/୮): ଦାରିଙ୍ଗବାଡ଼ି ବ୍ଳକ ସ୍ତରିୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସଵ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ୮୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇ ସାଧାରଣ ଜ୍ଞାନ, ସଙ୍ଗୀତ, ଚିତ୍ରାଙ୍କନ, ମ୍ୟୁଜିକ ଚ୍ୟାର ଓ ଆଳୁ ଚାମଚ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ବ୍ଳକ ସମ୍ବଳ ଶିକ୍ଷକ ମାନସ ସଡ଼ଙ୍ଗୀ , ଶିକ୍ଷୟିତ୍ରୀ ରଶ୍ମିତା ସେନାପତି ନେତୃତ୍ୱରେ ଶିକ୍ଷକ ଗିରିଧର ପତି, ପ୍ରଶାନ୍ତ କୁମାର ସାହୁ, ନିରଞ୍ଜନ ପାତ୍ର, ରାକେଶ ସାହୁ, ରଞ୍ଜୁ ଦିଗାଲଙ୍କ ସହଯୋଗରେ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଚନ୍ଦ୍ରିକା ମଲିକ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ସୁବାସିନୀ ଦିଗାଲ,ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚାରୁସିଳା ମଲିକ, ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିବା ସହ ପ୍ରତି ଯୋଗୀତାରେ ଭଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଂଯୋଜନା କରିଥିଲେ ବେଳେ ଶିକ୍ଷକ ସ୍ୟାମସୁନ୍ଦର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.