MKCG ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ର ପଞ୍ଚମ ମୋହଲା ରେ ଲାଗିଲା ନିଆଁ

ବ୍ରହ୍ମପୁର : ଏମ କେ ସି ଜି ହସ୍ପିଟାଲର ସୁପରସ୍ପେଶାଲିଷ୍ଟ କୋଠାର ୫ମ ମହଲାରେ ଥିବା ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କକ୍ଷରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଆଜି ଅପରାହ୍ନ ଗୋଟାଏ ସମୟରେ ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କକ୍ଷରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବର ଏହି ନିଆଁର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଥିଲା । ଫଳରେ ଉପସ୍ଥିତ ଡ଼ାକ୍ତର ନର୍ସ ଏବଂ କର୍ମଚାରୀ ଙ୍କ ସହ ସେହି ୱାର୍ଡ଼ରେ ରହିଥିବା ସମସ୍ତ ରୋଗୀ ଭୟଭିତ ହୋଇପଡ଼ିଥିଲେ । ତୁରନ୍ତ ସେହି କକ୍ଷରୁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବା ସହ ନିଆଁ କବଳରୁ ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ତୁରନ୍ତ ହସ୍ପିଟାଲ କର୍ତୃପକ୍ଷ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ ପହଚିଂ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ନିଆଁକୁ ଆୟତ କରିବାରେ ବହୁ ସମୟ ଲାଗିଥିଲା । ନିଆଁ ଆୟତ ହେବା ପରେ ସେହି ଅଚଂଳରେ ବ୍ୟାପକ ଧୂଆଁ ବ୍ୟାପିବାରେ ଲାଗିଥିଲା । ଫଳରେ କିଛି କର୍ମଚାରୀ ସେଠାରେ ଚେତାଶୂନ୍ୟ ହେବା ଘଟଣା ମଧ୍ୟ ନଜିର ରହିଛି । ମେଡ଼ିକାଲ କର୍ତୃପକ୍ଷ, ଅଗ୍ନିଶ୍ରମ ବିଭାଗ ଏବ ପୋଲିସ ବିଭାଗର କର୍ମଚାରୀ ମାନେ ତୁରନ୍ତ ସେହି ସୁପରସ୍ପେଶାଲିଷ୍ଟରେ ରହିଥିବା ସମସ୍ତ ରୋଗୀଙ୍କୁ ବାହାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ଏହି ଧୂଆଁ ପଚଂମ ମହଲାରୁ ଚତୁର୍ଥ, ତୃତୀୟ ଏବଂ ଦ୍ୱିତୀୟ ମହଲାକୁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲା । ଦକ୍ଷିଣାଚଂଳ ଅଗ୍ନିଶ୍ରମ ଅଧିକାରୀ ଘଟଣା ସ୍ଥଳରେ ପହଚିଂ ଧୂଆଁକୁ ଆୟତ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରିଥିଲେ । ମେକ୍ସ ଲିଫ୍ଟ ଯାନ ମାଧ୍ୟମରେ ନିଆଁକୁ ଲିଭାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ବହୁ ସମୟର କସରତ ପରେ ସଂପୂର୍ଣ୍ଣ କୋଠାରୀ ଆୟତ ହୋଇଥିଲା । ଖବର ପାଇ ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଅଧୀକ୍ଷକ ପ୍ରଫେସର ଡା. କିରଣ କୁମାର ପଟ୍ଟନାୟକଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ପହଚିଂ ସମୀକ୍ଷା କରିଥିଲେ । ତେବେ ଏମ୍‌କେସିଜି ମେଡ଼ିକାଲ କଲେଜରେ ଏଭଳି ଅଗ୍ନିକାଣ୍ଡକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ । ବଡ଼ମେଡ଼ିକାଲରେ ରୋଗୀ କେତେ ସୁରକ୍ଷିତ ତାହା ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଗ୍ନିନିରାପତା ପାଇଁ ମେଡ଼ିକାଲ୍ କର୍ତୃପକ୍ଷ ବ୍ୟବସ୍ଥା ଆଜିର ଘଟଣା ପଦାରେ ପକାଇଦେଇଛି ।ସରକାର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଆଜିର ଘଟଣା କୁ ନେଇ ସୁରକ୍ଷା ଏବଂ ରୋଗୀଙ୍କ ନିରାପତ୍ତା ଉପରେ ପ୍ରଶ୍ନବାଚୀ।ପରେ ଘଟଣା ସ୍ଥଳକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ, ଉପ ମେୟର ଇବିବେକ ରେଡି ପ୍ରମୁଖ ସନ୍ଧ୍ୟାରେ ପହଁଚି ଘଟଣା ସ୍ଥଳକୁ ପରିଦର୍ଶନ କରିଥିଲେ।ଏବଂ ଘଟଣା ର କାରଣ ବିଷୟରେ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି।

nis-ad
Leave A Reply

Your email address will not be published.