ଦାରିଙ୍ଗବାଡ଼ି ବିଡ଼ିଓଙ୍କ ବ୍ରାହ୍ମଣୀଗାଁ ଗସ୍ତ

ଦାରିଙ୍ଗବାଡ଼ି (୨୬/୮): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ଆଜି ବ୍ରାହ୍ମଣୀଗାଁ ଗସ୍ତରେ ଆସି ବ୍ରାହ୍ମଣୀଗାଁ ସ୍ଥିତ ପୁରାତନ ପ୍ରକଳ୍ପ ଉଛ ପ୍ରାଥମିକ ବିଦ୍ୟାଳୟର ମୋସ୍କୁଲ ଅଭିଯାନ କମିଟି ସଭ୍ୟ ସଭ୍ୟା ଓ ଏସଏମସି ସଦସ୍ୟଙ୍କ ସହିତ ୧୦୪ବର୍ଷର ପୁରାତନ ବିଦ୍ୟାଳୟର ରୂପାନ୍ତିକରଣ ନେଇଁ ଆଲୋଚନା କରିଥିବା ଜଣାପଡ଼ିଛି। ବିଦ୍ୟାଳୟ ରୂପାନ୍ତିକରଣ ପାଇଁ ୬୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବିଡିଓ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏହି ବୈଠକରେ ସରପଞ୍ଚ ସଂଯୁକ୍ତା ମଲିକ,ସଭାପତି ପଦ୍ମନ ପାଇକଙ୍କ ସହିତ ବିକ୍ରମାଦିତ୍ୟ ବସ୍ତିରାୟ, ବନବାସୀ ବିଷୋୟୀ, ବିଘ୍ନ ବେହେରଦଳେଇ, ୱାର୍ଡ ସଭ୍ୟା ସୁନିତା ବିଷୋୟୀ ଙ୍କ ସହିତ ଏସଏମସି ସଭାପତି ଗଣେଷ ଡାକୁଆ ଓ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ। ସ୍କୁଲ ରୂପାନ୍ତି କରଣ କାର୍ଯ୍ୟର ତଦାରଖ କରିବାରେ ସ୍କୁକ କମିଟି ସଦସ୍ୟଙ୍କ ସକ୍ରିୟ ଭୂମିକା ରହିବା ଜରୁରୀ ବୋଲି ବିଡିଓ କହିଥିଲେ। ଏହାପରେ ବିଡିଓ ଋଷିମାଳ ମହା ବିଦ୍ୟାଳୟରେ ପହଞ୍ଚି ଯୁବ ଭୋଟ ଦାତାଙ୍କ ସଚେତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତି ସୁନ୍ଦର ଭାବେ କଲେଜ ଛାତ୍ର ଛାତ୍ରୀଙ୍କୁ ନାମ ପଞ୍ଜିକରଣ ନେଇ ବୁଝାଇ ଥିଲେ। ବିଡ଼ିଓ ଶ୍ରୀ ପାତ୍ରଙ୍କ ସହିତ ଏବିଡ଼ିଓ କୃପାସିନ୍ଧୁ ବେହେରା ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୁକ୍ତ୨ କଲେଜର ଅଧ୍ୟକ୍ଷ ଦେବରାଜ ବଳିୟାରସିଂ ଓ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ଚରଣ ନାୟକଙ୍କ ସହିତ କଲେଜ ଆଧ୍ୟାପକ ଅଧ୍ୟାପିକାଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.