ରାଇରଙ୍ଗପୁରରେ ୫୦ କୋଟି ଟଙ୍କାରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍‌ ହାଉସ

ରାଇରଙ୍ଗପୁର: ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଗସ୍ତ, ରହଣି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଚାଲିଛି। ରାଇରଙ୍ଗପୁର ସହରରେ ତାଙ୍କ ଗସ୍ତ ସମୟରେ ରହଣି ତଥା ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଏକ ସ୍ୱତନ୍ତ୍ର ଗୃହ ସ୍ପେଶାଲ ସର୍କିଟ ହାଉସ ନିର୍ମାଣ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି।

ଏ ନେଇ ସହର ଉପକଣ୍ଠ ରାଇରଙ୍ଗପୁର ତହସିଲର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଲାଗି ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତାରେ ମହୁଲଡ଼ିହା ମୌଜାର ଖାତା ନଂ ୧୦୩ ଓ ପ୍ଲଟ ନମ୍ବର ୧୨ରେ ମୋଟ ୫ଏକର ଜମି ଆବଣ୍ଟନ କରାଯାଇଛି। ଏ ନେଇ କେନ୍ଦ୍ରୀୟ ପିଡବ୍ଲ୍ୟୁଡି ବିଭାଗ ତରଫରୁ ସ୍ବତନ୍ତ୍ର ସ୍ଥାନ ପୌରପରିଷଦ କାର୍ଯ୍ୟାଳୟକୁ ପଠାଯାଇଛି। ଏହି ପ୍ଲାନ ଅନୁସାରେ ସେଠାରେ ରାଷ୍ଟ୍ରପତିଙ୍କ କକ୍ଷ, ଡ୍ରଇଁରୁମ୍‌, ସମ୍ମିଳନୀ କକ୍ଷ, ସାମନାରେ ପର୍ଟିକୋ, ପାକିଂ, ପାର୍କ ତଥା ତାଙ୍କ ଡ୍ୟୁଟିରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ସୁରକ୍ଷାବାହିନୀଙ୍କ ପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ ସୌଧ ନିର୍ମାଣ ହେବ ବୋଲି ଜଣାଯାଇଛି। ଖୁବ୍‌ ଶୀଘ୍ର ଏହି ସ୍ପେଶାଲ ସର୍କିଟ ହାଉସ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା ଜଣାଯାଇଛି।

nis-ad
Leave A Reply

Your email address will not be published.