ବିଜେପି ନେତ୍ରୀଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ: ସୋନାଲିଙ୍କୁ ଅଧିକ ନିଶା ଦିଆଯାଇଥିଲା

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ କାହାଣୀରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ଘଟଣା ଦିନ ସୋନାଲିଙ୍କୁ ଅତ୍ୟଧିକ ନିଶା ଦିଆଯାଇଥିଲା। ଏହି ନିଶା ସୋନାଲିଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଗୋଆ ପୁଲିସ କହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଅଘାତ ଥିବା ଦର୍ଶାଯାଇଛି। ହେଲେ ଏହି ଆଘାତ ଶାରିରୀକ ଭାବେ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ସୋନାଲିଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଛି। ଏହା ପରେ ପୁଲିସ ଉପରୋକ୍ତ ତଥ୍ୟ ଜାରି କରିଛି। ଗୋଆ ଆଇଜି ଓଭମିଭିର ସିଂହ ବିଷ୍ଣୋୟୀ କହିଛନ୍ତି ଯେ, ସୋନାଲିଙ୍କୁ ଆଘାତ ଦିଆଯାଇଥିବା ରିପୋର୍ଟରେ ଆଭାସ ମିଳିଛି। ସୋନାଲି ନିଜକୁ ନିୟନ୍ତ୍ରଣ ହରାଇବା ପରେ ତାଙ୍କୁ କେମିକାଲ ମିଶା ଡ୍ରଗସ୍‌ ଦିଆଯାଇଛି। ରାତି ୪ଟା ୩୦ରେ ସୋପାଲି ଯେତେବେଳେ ନିୟନ୍ତ୍ରଣରେ ନଥିଲେ ଅଭିଯୁକ୍ତମାନେ ତାଙ୍କୁ ଟଏଲେଟ୍‌ ନେଇଥିଲେ । ସେଠାରେ ୨ ଘଣ୍ଟା ଧରି ଅଭିଯୁକ୍ତମାନେ ସୋନାଲିଙ୍କ ସହ କଣ କରିଛନ୍ତି ତାହା ସେମାନେ ପ୍ରକାଶ କରିନାହାନ୍ତି। ଜେରା ଜାରି ରହିଛି।
ଫରେନସିକ ଟିମ୍‌ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ତଦନ୍ତ ପାଇଁ ବିଭିନ୍ନ ସ୍ଥାନକୁ ନେଇ ଯାଞ୍ଚ କରୁଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟରେ ଉପସ୍ଥାପନ କରାଯିବ। ତେବେ ଡ୍ରଗସ୍ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରୁଛି। ଗତକାଲି ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ତାଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସି। ଗତ ଅଗଷ୍ଟ ୨୨ରେ ଫୋଗାଟଙ୍କ ସହ ଏମାନେ ଗୋଆରେ ଥିଲେ। ଅନ୍ୟପଟେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ଦର୍ଶାଯାଇଛି।
ଏହା ପରେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୪୨ ବର୍ଷୀୟ ସୋନାଲି ଗୋଆରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ସୋମବାର ତଥା ଅଗଷ୍ଟ ୨୨ ରାତିରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହେଲେ ସୋନାଲିଙ୍କ ଭଉଣୀ ଓ ପରିବାର ଲୋକ ହୃଦଘାତ ଜନିତ ମୃତ୍ୟୁକୁ ଅଶ୍ୱୀକାର କରିଥିଲେ। ୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ପକ୍ଷରୁ ଆଦମପୁର ବିଧାନସଭା ଆସନରୁ ଟିକେଟ୍‌ ପାଇଥିଲେ ସୋନାଲି। ସେ ତତ୍କାଳୀନ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ ମଧ୍ୟ କରିଥିଲେ। ଗତ ସପ୍ତାହରେ ସୋନାଲି ଫୋଗାଟଙ୍କୁ ବିଷ୍ଣୋଇ ଭେଟିଥିଲ। ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ।

nis-ad
Leave A Reply

Your email address will not be published.