ଗାଡି ରେ ଓଡିଶା ପୋଲିସ ଲେଖି ଗିରଫ ହେଲେ ଯୁବକ …

ଅସଲି କିଏ..? ନକଲି କିଏ..? କହିବ କିଏ..?

ବ୍ରହ୍ମପୁର :ଗାଡ଼ିର ନମ୍ବର ପ୍ଲେଟ ରେ ନୁମ୍ବର କୁ ବିକୃତି ବା ଡିଜାଇନ କରି ଲେଖୁଥିବା ଅନେକ ସମୟରେ ଦେଖିବାକୁ ମିଳେ ଯାହାକି ସରକାରୀ ନିୟମ ସମ୍ପୂର୍ଣ ଖିଲାପ ,ଏହାକୁ ନେଇ  ସରକାର ଯେତେ ନିୟମ କଡାକଡି କଲେବି ପ୍ରଭାବ ଶୂନ୍ୟ ଭଳି ମନେ ହୁଏ l କେବଳ ପୋଲିସ ଯାଞ୍ଚ ରୁ ବର୍ତ୍ତିବା ପାଇଁ ଆଜି କାଲି ଏପରି  ଏକ ନୁଆଁ ତରିକା ଆପଣେଇ ଛନ୍ତି ଯୁବ ପିଢ଼ି ଗାଡ଼ିରେ ପୋଲିସ. ପ୍ରେସ, ଓକିଲ ଲେଖି ବା ଲୋଗୋ ଲଗାଇ ଅତି ସହଜରେ ଖସି ଯିବାକୁ ଏହା ଏକ ମାଧ୍ୟମ ରୂପେ ନେଲେଣି, ଏଠାରେ ସୂଚନା ଥାଉକି ମୁଖ୍ୟତଃ ସହରରେ ସହ ସହ ଗାଡ଼ିରେ ପ୍ରେସ ଲେଖା ଥିବା ଗାଡି ଘୁରି ବୁଲୁଛି, ସାମ୍ବାଦିକ ର କୌଣସି ପରିଚୟ ନଥାଇ ଗାଡ଼ିରେ ପ୍ରେସ ଲେଖିବା ଏକ ସୌକ ବା ପୋଲିସ ଆଖିରେ ଧୂଳି ଦେବା ଏହା ଏକ  ସହଜର ବାଟ କହିଲେ କିଛି ଭୁଲ ହେବ ନାହିଁ l ସରକାରୀ ନିୟମ ଅନୁଯାଇ ଗାଡ଼ିରେ ରେଜିଷ୍ଟ୍ରସନ ନୁମ୍ବର ବିନା କୌଣସି ଲୋଗୋ ଲଗାଇବା ନିୟମ ନାହିଁ, ଓକିଲ, ପୋଲିସ, ଓ ପ୍ରେସ ଲେଖା ଥିବା ଗାଡି ଯାଞ୍ଚ କରିବା ନିହାତି ଆବଶ୍ୟକ ହୋଇପଡୁଛି କାରଣ ନକଲି ମାନେ ପୋଲିସ ଆଖିରେ ଧୂଳି ଦେଇ ନାନା ଅପରାଧ କରୁଥିବା ବି ନଜିର ରହିଛି l ଆଜି ବଡ ବଜ଼ାର ପୋଲିସ ଏହିଭଳି କ୍ଷେତ୍ରରେ ଆଜି ଗୋଟିଏ ଯୁବକ କୁ ଗିରଫ କରିବା ସହ ତାଙ୍କ ଗାଡି କୁ ମଧ୍ୟ ଜବତ କରିଛି l ଗିରଫ ଯୁବକ ହେଲେ ବଡବଜ଼ାର ଥାନା ଅଧୀନରେ ଥିବା କୋଠରୀ ମନ୍ଦିର ସାହି ର ସୂର୍ଯ୍ୟ ନାରାୟଣ ସାହୁ ( 30) l ସୂଚନା ପ୍ରକାରେ  ଆଜି ତା 26/08/2022 ରିଖ ସକାଳେ ବ୍ରହ୍ମପୁର ଏସ ପି ଙ୍କ ନିର୍ଦେଶ କ୍ରମେ ସମସ୍ତ ଥାନା ପକ୍ଷ ରୁ କୋଡାକୋଡ଼ି ଭାବେ ଜାନ ବାହାନ ଯାଞ୍ଚ କରାଯାଉଥିଲା ଏବଂ ସେଥିରେ ବଡ଼ବଜ଼ାର ଥାନା ପକ୍ଷ ରୁ   ମଧ୍ୟ ରାସ୍ତା ରେ ଗାଡି କୁ ଅଟକାଇ ହେଲମେଣ୍ଟ , ଗାଡିର ଆର ସି ଏବଂ ଗାଡି ଚାଳକ ଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ଚାଲିଥିବା ସମୟରେ ଗୋଟିଏ ରୟାଲ ଇନଫିଲଡ ଗାଡି ( OD07 U 7666 ) ନମ୍ବର ର ଗାଡି ର ପଛ ପଟ ଭାଗ ରେ ବେଆଇନ ଏବଂ ବେନିୟମ ଭାବେ ଓଡିଶା ପୋଲିସ ଲେଖା ହେଇଥିବା ଦେଖି ବଡବଜ଼ାର ପୋଲିସ ଉକ୍ତ ଗାଡି କୁ ଜବତ କରି ଗାଡି ଚାଳକ ସୂର୍ଯ୍ୟ କୁ ଏମ ଭି ଆକ୍ଟ 196/177 ରେ ଗିରଫ କରି କୋର୍ଟ  ଚାଲାଣ  କରାଯାଇଥିବା ବଡ଼ବାଜ଼ାର ଥାନା ଅଧିକାରୀ ସୂଚନା ଦେଇଛନ୍ତି l ବ୍ରହ୍ମପୁର ସହର ରେ ପୋଲିସ ର କଡାକୋଡ଼ି ଭାବେ ଚାଲିଥିବା ଗାଡି ଯାଞ୍ଚ ରୁ ରକ୍ଷା ପାଇବା ପାଇଁ କିଛି ଅସାମାଜିକ ଯୁବକ ନିଜ ଗାଡି ଆଗରେ କିମ୍ବା ପଛରେ ପୋଲିସ ଆଉ ପ୍ରେସ୍ ଲେଖି ପୋଲିସ ର ଆଖିରେ ଧୂଳି ଦେଇ ବ୍ରହ୍ମପୁର ସହର ରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳୁଛି l ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେଲେ ଆଗାମୀ ଦିନରେ ଅନେକ ଗାଡି ଓ ଅସାଧୁ  ଯୁବକ ଗିରଫ ହେବେ ବୋଲି ସାଧାରଣ ରେ ଚୋର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି l ବ୍ରହ୍ମପୁର ପୋଲିସ ର ଏହି ପଦକ୍ଷେପ କୁ ସହର ର ବୁଦ୍ଧି ଯିବି ଓ ସାଧାରଣ ପ୍ରଶଂସା କରିଛନ୍ତି 

nis-ad
Leave A Reply

Your email address will not be published.