ଦୁଇ ବେଆଇନ ଗଞ୍ଜେଇ ଚାଲାଣକାରି ଗିରଫ ଓ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି (୨୫/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଆଜି ଦୁଇଜଣ ବେଆଇନ ଗଞ୍ଜେଇ ଚାଲାଣ କାରିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶ୍ରାନିକେତା ଓ ଦାରିଙ୍ଗବାଡ଼ି ମଧ୍ୟରେ ଥିବା ଆମ୍ବଖାଲିଆ ଘାଟିରେ ପୋଲିସ ପକ୍ଷରୁ ଛାଞ୍ଚ କରାଯାଇଥିଲା । ଏହି ସମୟରେ ୫୯ନଂ ଜାତୀୟ ରାଜପଥର ଆମ୍ବ ଖାଲିଆ ସ୍ଥାନରେ ସକାଳ ପ୍ରାୟ ଆଠ ଘଣ୍ଟା ସମୟରେ ଦୁଇ ଜଣ ୨୨୦କଳା ବାଜାଜ ପଲସର ମଟର ସାଇକେଲ ନଂ ଓଡି ୩୨ଏଫ ୧୯୮୫ ରେ ବାଲିଗୁଡ଼ା ରୁ ସୋରଡ଼ାକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଯାଉଥିଲେ । ପୋଲିସ ମଟର ସାଇକେଲକୁ ସେଠାରେ ଅଟକାଇ ଯାଞ୍ଚ କରି ଗଞ୍ଜେଇ ବୋଲି ଜାଣି ପାରିଥିଲେ । ଏହାପରେ ଚାଲାଣ କାରି ଦୁଇ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ଗଞ୍ଜେଇ ଓଜନ ପରେ ୨୧ କେଜି ୧୫୦ ଗ୍ରାମର ବୋଲି ଜଣା ପଡିଥିଲା । ଦୁଇ ଜଣ ଚାଲାଣ କାରି ହେଲେ ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ଗ୍ରାମର ଯୋଗମହନ ପ୍ରଧାନ ଓ କେସେରା ଗ୍ରାମର ପ୍ରବୀଣ କୁମାର ଗୌଡ଼ ବୋଲି ଜଣାପଡ଼ିଛି ।ଏହି ଘଟଣାରେ ଥାନା ପକ୍ଷରୁ କେସ ନଂ ୧୪୩/୨୨ରେ ମକଦମା ରୁଜୁ କରି ଆସାମି ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ପକ୍ଷରୁ ସୂଚନା ।

nis-ad
Leave A Reply

Your email address will not be published.