ଜିଲ୍ଲାରେ ନିର୍ମାଣ ଧୀନ ସେତୁଗୁଡିକର କାର୍ଯ୍ୟ ଯଥାଶୀଘ୍ର ଶେଷ କର – ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ

ଛତ୍ରପୁର(୨୫/୦୮) : ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ପ୍ରମୁଖ ଶାସନ ସଚିବ, ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ’ ସଚିବ ଶ୍ରୀ ସିଂ ସମସ୍ତ ଯନ୍ତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଯେ, ଗଞ୍ଜାମ ଜିଲ୍ଲା ସବୁବେଳେ ସୁନାମ ପାଇଆସୁଛି । ଜିଲ୍ଲାର ସୁନାମ ଆଣିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ହେଉଥିବା କାମ ଗୁଡିକ ସମ୍ପନ୍ନ କରିବା ଦିଗରେ ତ୍ବରାନିତ କରିବାର ଆବଶ୍ୟକତା ରହିଛି । ସେତୁ ନିର୍ମାଣ କ୍ଷେତ୍ରରେ ଟେଣ୍ଡର କାର୍ଯ୍ୟ ସାରିଦେଇ ସମସ୍ତ କାର୍ଯ୍ୟ ଠିକାଦାରଙ୍କ ଉପରେ ନ୍ୟସ୍ତ କଲେ ହେବନାହିଁ । ଠିକାଦାରଙ୍କ କାର୍ଯ୍ୟଧାରା ଗୁଡିକ ବରାବର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ଉନ୍ନୟନ କାର୍ଯ୍ୟରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକ ସମାଧାନ କରି ଉକ୍ତ କାର୍ଯ୍ୟର ଶୀଘ୍ର ସମାପନ ଦିଗରେ ପ୍ରତ୍ଯେକେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ଜଣାଇଥିଲେ । ଯନ୍ତ୍ରୀଗଣ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝିବେ । ଅସୁବିଧା ସମ୍ପର୍କରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତୁ । ସେହିଠାରେ ସମସ୍ଯାର ସମାଧାନ ହୋଇନପାରିଲେ ଜିଲ୍ଲାପାଳଙ୍କ ସହାୟତା ନେଇ ସମସ୍ଯାର ସମାଧାନ କରି କାର୍ଯ୍ୟଗୁଡିକ ସଠିକ ସମୟରେ ସମାପନ କରନ୍ତୁ । ଯନ୍ତ୍ରୀ ଭାବରେ ଆପଣ ମାନେ’ ସମସ୍ଯା ସହିତ ଏହାର ସମାଧାନର ବାଟ ମଧ୍ୟ ବାହାର କରି କାର୍ଯ୍ୟ’ ଯେମିତି ସଠିକ’ ସମୟରେ ସମାପନ ହେବ ସେ ଦିଗରେ’ ତତ୍ପରତା ପ୍ରକାଶ କରିବାକୁ ଜଣାଇଥିଲେ । ଡ଼ିପିଆର ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଡ଼ିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଯେଉଁ ଅଧିକାରୀ ମାନଙ୍କ ଦ୍ଵାରା କାର୍ଯ୍ୟ ଧାରା ବିଳମ୍ବ ହେବ ସେମାନଙ୍କୁ ଉତ୍ତରଦାୟୀ କରାଯିବ । ନିଜ ସଦରମହକୁମାରେ ରୁହନ୍ତୁ ଏବଂ କ୍ଷେତ୍ର ପରିଦର୍ଶନ କରିବାକୁ ପରାମର୍ଶ’ ଦେଇଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସଚିବ ଙ୍କ ଦ୍ରୁଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ, ଅନେକ ସମୟରେ ଜନ ସାଧାରଣ ରାସ୍ତାର ମରାମତି ସମ୍ପର୍କରେ ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରନ୍ତି । ଗୋଟିଏ ରାସ୍ତାକୁ ନିୟମିତ ନିର୍ଦ୍ଧିଷ୍ଟ’ ସମୟ ସୀମା ମଧ୍ୟରେ ସଜାଡିଲେ ରାସ୍ତାଗୁଡିକର ପରିଚାଳନା ଠିକ ହୋଇପାରିବ ।ରାସ୍ତା ନିର୍ମାଣ ଗୃହ ନିର୍ମାଣ କିମ୍ବା ସେତୁ ନିର୍ମାଣ କ୍ଷେତ୍ରରେ କୌଣସି ସମସ୍ଯା ଦେଖାଗଲେ ତାହା ଜିଲ୍ଲା ପ୍ରଶାସନ ର ଦ୍ରୁଷ୍ଟିକୁ ଆଣନ୍ତୁ । ତେବେ’ ଯାଇ ତାର ସମାଧାନ ବାଟ ଖୋଲିବ ଏବଂ ଉନ୍ନୟନ କାର୍ଯ୍ୟ ବିନା ଦ୍ଵିଧାରେ ସଠିକ ସମୟରେ ସମାପନ ହୋଇପାରିବ । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଯୋଜନା ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି ।
ଏହି ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର’ ବେହେରା ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ– ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.