ନିତ୍ୟାନନ୍ଦଙ୍କ ବିରୋଧରେ ଜାମିନ ବିହୀନ ପରୱାନା

ବେଙ୍ଗାଲୁରୁ: କର୍ଣ୍ଣାଟକର ଆତ୍ମଘୋଷିତ ବାବା ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ ବେଙ୍ଗାଲୁରୁର ଏକ ଅଦାଲତ ଶନିବାର ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସେପ୍ଟେମ୍ବର ୨୩ ସୁଦ୍ଧା ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ୨୦୧୦ରେ ତାଙ୍କ ବିରୋଧରେ ବଳାତ୍କାର ମାମଲା ଦାଏର କରାଯାଇଥିଲା ।

ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ । ୨୦୧୯ରେ ଜାମିନ ବାତିଲ ହେବାପରଠାରୁ ନିତ୍ୟାନନ୍ଦ ଫେରାର ଅଛନ୍ତି । ଅଦାଲତ ପୂର୍ବରୁ ତାଙ୍କ ବିରୋଧରେ ପରୱାନା ଜାରି କରିଥିଲେ ସୁଦ୍ଧା ପୁଲିସ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇପାରୁନଥିଲା । ‘କୈଳାସ’ ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରି ନିତ୍ୟାନନ୍ଦ ବିଦେଶରେ ଅବସ୍ଥାନ କରୁଥିବା ଗୁଜବ ଗଣମାଧ୍ୟମରେ ପ୍ରସାରିତ ହେଉଛି ।

nis-ad
Leave A Reply

Your email address will not be published.