ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାକାତେଜୁ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ହନକ ପ୍ରଧାନ(୧୮) ଗାଧୋଇବାକୁ ଜାଇ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ସକାଳ ପ୍ରାୟ ୯ଘଣ୍ଟା ସମୟରେ ଗାଁରେ ଥିବା ପୋଖରିରେ ଗାଧୋଇବା ପାଇଁ ଯାଇଥିଲେ । କୌଣସି କାରଣରୁ ଗାଧୋଇବା ସମୟରେ ଖସି ପୋଖରୀରେ ପଡ଼ିଯାଇ ଥିଲା । ଫଳରେ ବାହାରି ନପାରି ପୋଖରୀରେ ବୁଡ଼ି ମୃତ ହୋଇଥିଲେ । ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଅଗ୍ନିଶମ ଓ ପୋଲିସ ବିଭାଗକୁ ସୂଚନା ଦେଇଥିଲେ ।ଅଗ୍ନିଶମ ବିଭାଗ ଓ ଥାନା ପକ୍ଷରୁ ପୋଖରୀରେ ପହଞ୍ଚି ପୋଖରୀରୁ ଖୋଜି ବାହାର କରିଥିଲେ । ମୃତ ଅନକ ପ୍ରଧାନ ଫୁଲବାଣୀରେ ଡିପ୍ଲୋମାରେ ଅଧ୍ୟୟନ କରୁଥିଲେ ଗାଁକୁ କୌଣସି କାରଣରୁ ଆସିଥିଲେ । ଦାରିଙ୍ଗବାଡ଼ି ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.