ପଦରବାଲି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ…


କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ଅଧୀନ ପଦରବାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉଛବ ବୁଧୁବାର ଅନୁଷ୍ଟିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ କାନ୍ହୁ ଚରଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିପରି ସରକାରୀ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକାରୀ ହେଉଚି I ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଲାପଟପ ବଣ୍ଟନ ପରି ବିଭିନ୍ନ କାର୍ଯ୍ୟକ୍ରମ ସରକାରଙ୍କୁ ଲୋକାଭିମୁଖୀ କରୁଚି I ତତସହିତ କିପରି ଭଲ ପାଠ ପଢିବା ଦ୍ୱାରା ନିଜ ବିଦ୍ୟାଳୟ ସମେତ ଗ୍ରାମର ନାମ ଉଜ୍ୱଳ କରିବାକୁ ଉପଦେଶ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣପୁର ସ୍ଥିତ ଆଞ୍ଚଳିକ ସାଧନ କେନ୍ଦ୍ର ସାଧନକେନ୍ଦ୍ର ସଂଯୋଜକ ଦୁଷ୍ମନ୍ତ ପଟ୍ଟନାୟକ, ପ୍ରଧାନ ଶିକ୍ଷୟତ୍ରୀ ଦେବକୀ ମଲ୍ଲିକ, କଲ୍ୟାଣୀ କୁମାରି ତ୍ରିପାଠୀ, ବିନଦିନୀ ବେହେରା ଓ ଜି. କୁମାରି ସମେତ ପରିଚାଳନା ସମିତି ସଦସ୍ୟ ମାନେ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.