‘ଆଜାଦି କା ଅମ୍ରିତ ମହୋତ୍ସବ’ ପାଳନ ନିମନ୍ତେ ବ୍ରହ୍ମପୁର ଡାକ ମଣ୍ଡଳର ସିରିଜ କାର୍ଯ୍ୟକ୍ରମ ଅନୁଷ୍ଠିତ


ବ୍ରହ୍ମପୁର : ଚଳିତ ବର୍ଷ ଦେଶ ସ୍ୱାଧୀନତା ପ୍ରାପ୍ତି ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ସକାଶେ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ ବ୍ରହ୍ମପୁର ଡାକମଣ୍ଡଳ ଏହାକୁ ଅଧିକ ପ୍ରlସଙ୍ଗିକ କରିବା ସକାଶେ ଅଣ୍ଟାଭିଡି ବିଭିନ୍ନ ସ୍ଥାନରେ ସିରିଜ କାର୍ଯ୍ୟକ୍ରମ ଆୟୋଜନ କରି ସଫଳ ହୋଇପାରିଛି l ଓଡିଶା ଡାକ ପରିମାଣ୍ଡଳ ର ମୁଖ୍ୟ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶ୍ରୀ ଶୁଭେନ୍ଦୁ କୁମାର ସ୍ବାଇଁ ଙ୍କ ଦିଗ ଦର୍ଶନ ରେ ଓଡିଶା ପୋଷ୍ଟାଲ ସର୍କଲ ତରଫରୁ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଡାକଟିକଟ ପ୍ରଦର୍ଶନୀ ସକାଶେ ସବୁ ସବଡିଭିଜନ ସ୍ତରୀୟ ଆନ୍ତଃସ୍କୁଲ ପତ୍ର ଲିଖନ ଓ ଷ୍ଟାମ୍ପ ଡିଜାଇନ ପ୍ରତିଯୋଗିତା କରିବା ଅବସର ରେ ଛାତ୍ର ଛାତ୍ରୀ ମାନଂକୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପ୍ରେରଣା ଦେଇଥିଲେ l ଏଭଳିକି ବିଭିନ୍ନ ସ୍ଥାନରେ ପ୍ରଭାତ ଫେରି, ରାଲି ଇତ୍ୟାଦି ଆୟୋଜନ କରି ପ୍ରଧାନ ମନ୍ତ୍ରୀ ଙ୍କ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ପ୍ରତି ପରିବାର ରେ ପହଞ୍ଚାଇଥିଲେ l ଲଷ୍ମୀପୂର ଗ୍ରାମ ପଂଚାୟତ ଭଳି କିଛି ଜାଗାରେ ସରପଞ୍ଚ ଙ୍କ ସମେତ ସମାଜ ର ସବୁ ବର୍ଗର ଲୋକ ଡାକ ବିଭାଗର ଏହି କାଳଜୟୀ ଉଦ୍ୟମରେ ହାତ ମିଶାଇ ଥିଲେ l ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଓ ଏ ଏସ ପି ଓ ଏମ ସଞ୍ଜୟ କୁମାର ଦୋରା ଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲା ସଦରମ ହୁକୁମା ସ୍ଥିତ ଡିଭିଜନ ସ୍ତରୀୟ ଡାକଟିକଟ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ କରାଯଇଥିଲା ଯେଉଁଠି ଛତ୍ରପୁର ଓ ପାଖାପାଖୀ ଅଂଚଳ ର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ରେ ଜୁନିଅର ଗୋଷ୍ଟି ରେ ସ୍ୱୟଂଂlଶ୍ରୀ ତ୍ରିପାଠୀ, ଶୁଭକାନ୍ତ ପାଢ଼ୀ, ସାଇ ସ୍ମୃତି ଶତପଥୀ ଓ ସିନିୟର ଗୋଷ୍ଠୀ ରେ ବିଘ୍ନେଶ ଚୌଧୁରୀ, ଅଭିପ୍ସା ପ୍ରିୟଦର୍ଶନୀ ନେପାକ, ସୁମିତ ନାୟକ ଙ୍କ ସମେତ ସମୁଦାୟ ବିଭିନ୍ନ ବିଦ୍ୟାଳୟ କୋଡିଏ ଜଣ ପିଲାଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସନମାନିତ କରାଯଇଥିଲା l ସେହିଭଳି ଅଗଷ୍ଟ ଚଉଦ ତାରିଖ କୁ ପାର୍ଟିସନ ହରର ରେମ୍ବେରେନ୍ସ ଡେ ରୂପେ ପାଳନ ସକାଶେ ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ ର ସଫଳ ରୂପାୟନ ସକାଶେ ବ୍ରହ୍ମପୁର ଡାକମଣ୍ଡଳ ସମlନ୍ତରାଳ ଭାବେ ଉଭୟ ବ୍ରହ୍ମପୁର ଓ ଛତ୍ରପୁର ମୁଖ୍ୟ ଡାକଘରେ ଅନୁଷ୍ଠିତ ହୋଇଥିଲା ନିଆରା କାର୍ଯ୍ୟକ୍ରମ l ଉଭୟ ଛତ୍ରପୁର ଓ ବ୍ରହ୍ମପୁର ମୁଖ୍ୟ ଡାକଘର ପ୍ରାଙ୍ଗନରେ ଟିଭି ସ୍କ୍ରିନ ରେ ଦେଶ ବିଭାଜନ ବେଳର ବିଭୀଷିକାର ଚିତ୍ର ଓ ଇତିହାସ ରୁ ସଂଗୃହିତ ଦେଶ ବିଭାଜନ ବିରଳ ଚିତ୍ର ପ୍ରଦର୍ଶିନୀ କରାଯାଇଥିଲା l ବରିଷ୍ଠ ଡାକ ଅଧିକ୍ଷକ ପାଢ଼ୀ ଙ୍କ ସଭାପତିତ୍ୱ ରେ ବ୍ରହ୍ମପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟନାୟକ, ପୂର୍ବତନ ବି ଡି ଏ ଅଧ୍ୟକ୍ଷ ସୁବାଷ ମହାରଣା, ପୂର୍ବତନ ବରିଷ୍ଠ ଡାକ ଅଧିକ୍ଷକ ଦିବାକର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଛତ୍ରପୁର ମୁଖ୍ୟ ଡାକପାଳ ଅଶ୍ୱିନୀ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ପୂର୍ବତନ ସ୍କୁଲ ଡି ଆଇ ନିରଞ୍ଜନ ତ୍ରିପାଠୀ, ପୂର୍ବ୍ୱତନ ବି ଇ ଓ ଶ୍ରୀକାନ୍ତ ମିଶ୍ର, ଶିକ୍ଷାବିତ ଡକ୍ଟର ରାଜେନ୍ଦ୍ର ଦାସ, କବି ପ୍ରଶାନ୍ତ ଶତପଥୀ, ନିଗମ ଆଚାର୍ଯ୍ୟ ପ୍ରଭୃତି ଭାରତ ଇତିହାସ ରେ ଦେଶ ବିଭାଜନ କେବଳ ଅଖଣ୍ଡ ଭାରତ ମାତା ର ଭୌଗଳିକ ଆକୃତି କୁ ସଂକୁଚିତ କରିନି ବରଂ ସେଦିନ ର ବିଭୀଷକା ରେ ବହୁ ଧନ ଜୀବନ ସର୍ବୋପରି ରକ୍ତ ସମ୍ପର୍କ ମଧ୍ୟ ବିଲୀନ ହୋଇ ଯାଇଛି, ଏଣୁ ଆଜି ସାରା ଦେଶ ଆଜାଦିକା ଅମ୍ରିତ ମହୋସ୍ଛବ ପାଳନ କରୁଥିବା ବେଳେ ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳୀ ଦେଇଥିବା ଯେଉଁ ମହାପୁରୁଷ ମାନଙ୍କ ଉତ୍ତର ଦାୟାଦ ମାନେ ଆଜି ପାକିସ୍ତାନ ରେ ରହି ଯନ୍ତ୍ରଣା ଜର୍ଜରିତ ହେଉଛନ୍ତି ସେମାନଙ୍କ ସଂମାନର୍ଥେ ପାର୍ଟିସନ ହରରର ରେମ୍ବେରେନ୍ସ ଡେ ପାଳନ ଯଥେଷ୍ଟ ପ୍ରସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ l ବ୍ରହ୍ମପୁର କାର୍ଯ୍ୟକ୍ରମ କୁ ସହଡାକ ଅଧିକ୍ଷକ କିରଣ ବାଳl ପଣ୍ଡା ପରିଚାଳନା କରିଥିବା ବେଳେ ଛତ୍ରପୁର କାର୍ଯ୍ୟକ୍ରମ କୁ ବିଜିନେସ ଏକଜୁଟିଭ ଗୌରହରି ପଣ୍ଡା ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.