ଅମୃତ ମହୋତ୍ସବ ଅବସରରେ ବିଜେପି ପକ୍ଷରୁ ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ

ବ୍ରହ୍ମପୁର : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ “ଅମୃତ ମିଳନ ଏବଂ ଅମୃତ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ସ୍ଥାନୀୟ ବନ୍ଦେ ମାତରଂ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି,ମୈତ୍ରୀର ମାର୍ଗରେ ଯାଇ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ସଂକଳ୍ପ ନେବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଜେନା ଦଳୀୟ କାର୍ଯକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ ଏବଂ ବିବିଧତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ ଓ ଏହି ଏକତାକୁ ମୂଳ ପୁଞ୍ଜି କରି ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ସର୍ବୋଚ୍ଚ ସ୍ଥାନରେ ଆସୀନ କରିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଥିଲେ I ଏହା ସହିତ ପୂର୍ବନିର୍ଦ୍ଧାରିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିଥିବା ପାଇଁ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଭବ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରି ଆସୁଥିବା ୭୫ ବର୍ଷ ବୟଷରୁ ଉର୍ଦ୍ଧ କାର୍ଯକର୍ତ୍ତା ସତୀଶ ପାତ୍ର, ଭାଗୀରଥି ଚୌଧୁରୀ,ଦେବରାଜ ମହାନ୍ତି, ରାମକୃିଷ୍ଣା ପାତ୍ର,ଦଣ୍ଡଧର ହୋତା,ପ୍ରତାପ ନାୟକ,ଗୋବିନ୍ଦ ସାହୁ,ଭାସ୍କର ରାଉଳ, ତ୍ରିନାଥ ନାୟକ,ରଘୁନନ୍ଦନ ରାଉଳ ପ୍ରମୁଖ କାର୍ଯକର୍ତ୍ତା ମାନଙ୍କୁ ଦଳ ପକ୍ଷରୁ ଅମୃତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ ସାହୁ ତାଙ୍କ ସୁରିଳ କଣ୍ଠରେ ଦେଶାତ୍ମକ ଗୀତ ପରିବେଶଣ କରି କାର୍ଯକର୍ତ୍ତା ମାନଙ୍କୁ ଦେଶାତ୍ମକ ଭାବନାରେ ବାନ୍ଧି ରଖିଥିଲେ ଏବଂ ତାଙ୍କୁ ମଧ୍ୟ ଦଳ ପକ୍ଷରୁ ଅମୃତ ସମ୍ମାନ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ପ୍ରଶାନ୍ତ କର,ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ କୢଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ବରିଷ୍ଠ ନେତା ଡ଼ା.ସୁବାଷ ସାହୁ,ଶ୍ରୀକାନ୍ତ ପାଢ଼ୀ,ସୁନିଲ କୁମାର ସାହୁ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଯୁବ ନେତା ସୁଭାଶୀଷ ସାହୁ,ସୁନିଲ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ଶତପଥି,ରଜତ ପଣ୍ଡିତ, ସନତ୍ ନାୟକ,ପ୍ରଦୀପ ପଟନାୟକ, ଶିବ ଶଙ୍କର ନାୟକ,ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର୍ ରଞ୍ଜିତା ବେହେରା,ସବିତା ସାହୁ, ସାବିତ୍ରୀ ନାୟକ,ବନିତା ସାହୁ,ବର୍ଷା ବିଦ୍ୟୁସ୍ମିତା,ଅନୁଜା ନନ୍ଦ ବିଶ୍ୱାଳ, ସୁମନ ଶତପଥି,ସରୋଜ ପାତ୍ର, ତୁମ୍ୱେଶ୍ୱର ନାୟକ,ପ୍ରମୋଦ ମଣ୍ଡଳ ପ୍ରମୁଖ କାର୍ଯକର୍ତ୍ତା ସାମିଲ୍ ହେଇଥିଲେ । ଶେଷରେ ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ୱାଧିନତା ସଂଗ୍ରାମୀ,ବରିଷ୍ଠ ନାଗରିକ, ବୁଦ୍ଧିଜିବୀ,ସାମ୍ୱାଦିକ ଏବଂ ଦଳୀୟ କାର୍ଯକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ଦଳ ପକ୍ଷରୁ ମିଷ୍ଠାନ୍ନ ଓ ପ୍ରଶାଦ ବିତରଣ କରାଯାଇଥିଲା ।

nis-ad
Leave A Reply

Your email address will not be published.