ହିଞ୍ଜିଳିରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ହିଞ୍ଜିଳିକାଟୁ, ୧୬/୮ : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କେ ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ସହ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ହିଞ୍ଜିଳି ପୌରପରିଷଦରେ ହିଞ୍ଜିଳି ପୌରପାଳିକାର ଅଧ୍ୟକ୍ଷ ସୁବାସ ପଲେଇ ପତାକା ଉତ୍ତଳନ କରିଥିଲେ । ହିଞ୍ଜିଳି ପଞ୍ଚାୟତ ସମିତି ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସରସ୍ବତି ସେଠୀ ,ସରକାରୀ ବୃନ୍ଦାବନ ଉଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଥାନା ପରିସରରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ଉପଖଣ୍ଡ ଚିକିତ୍ସାଳୟରେ ଡ଼ଃ ପ୍ରତିଭା ପାତ୍ର ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରଭାତ କୁମାର ପରିଡା ,ଜେ.ଏମ.ଏଫ.ସି ନ୍ୟାୟଳୟରେ ବିଚାରପତି କେନ୍ଦ୍ରୀୟ ବିଦ୍ୟାଳୟ ରେ ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ,ସମନ୍ୱିତ ଶିଶୁ ଓ ମହିଳା ପ୍ରକଳ୍ପ କାର୍ଯ୍ୟାଳୟ ରେ ସି ଡି ପି ଓ ଅଶୁଂପା ସାହୁ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମିନତି ପାତ୍ର, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ସ୍ଥାନୀୟ ବ୍ଳକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମାନେ ପତାକା ଉତ୍ତୋଳନ କରିଥିଲେ । ।ହିଞ୍ଜିଳିକାଟୁ କଳିଙ୍ଗ ବୈଶ୍ୟ ମହାସଂଘ ତରଫରୁ ସଂଘ ସଭାପତି କେ ବାଲେଶ୍ଵର ପୃଷ୍ଟି ପତ୍ତକା ଊତ୍ତୋଳନ କରିଥୀଲେ ।ଅନୁରୁପ ଭାବେ ସ୍ଥାନୀୟ ପୈାରାଞ୍ଚଳ ର ଏହି ଅବସରରେ ସମସ୍ତ ୱାର୍ଡ଼ ରେ ୱାର୍ଡ଼ ମେମ୍ବର ମାନେ ନିଜ ନିଜ ୱାର୍ଡ଼ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଆଜାଦୀ କେ ଅମୃତ ମହୋତ୍ସବ ୭୬ତମ ସ୍ବାଧୀନତା ଦିବସ ଅବସରରେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ପକ୍ଷରୁ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଵରାହୀ ପାହାଡ ଉପରେ ଥୁବା ପ୍ରେସକ୍ଳଵ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସ୍ମରଣୀୟ ଦିବସକୁ ଖୁବ ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଦସ୍ୟ ପ୍ରିୟବ୍ରତ ପଣ୍ଡା, ଅଜିତ କୁମାର ପଟ୍ଟନାୟକ, କାଳିଆ ନାୟକ, ସୁଶାନ୍ତ ପ୍ରଧାନ, ପ୍ୟାରୀ ମୋହନ ପାଢି, ବିଶ୍ବମ୍ବର ସାହୁ, ଜଗନ୍ନାଥ ଭଞ୍ଜ, ଶଙ୍କର ନାୟକ , ଲଳିତ ପୋଲାଇ,ବିଭୁପ୍ରସାଦ ପଣ୍ଡା ,ଶେଷଦେବ ସାହୁ ପ୍ରମୁଖସାମ୍ବାଦିକ ଉପସ୍ଥିତ ରହି ସହଯୋଗ କରିଥିଲେ । ପୌରାଚଂଳ ତରଫରୁ ସମସ୍ତ ସାହି ମାନଙ୍କରେ ଘରକୁ ଘର ବୁଲି ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ ଓ ନିଜ ନିଜ ଘର ଆଗରେ ପତକା ଲଗାଇବା ପାଇଁ କହିଥିଲେ। ଫଳରେ ସମସ୍ତ ଘରେ ଘରେ ତ୍ରିରଙ୍ଗା ପତାକା ଲାଗିଥିବା ଦେଖିବାକୁ ମିଳିଛି। ପୌରାଚଂଳରେ ଓ ବ୍ଳକର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନରେ ୭୬ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି ।

nis-ad
Leave A Reply

Your email address will not be published.