ପୂର୍ବ ଶତ୍ରୁତାକୁ ନେଇ ମା ଆଗରେ ପୁଅକୁ ମାରିଦେଲେ ଦୁର୍ବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଏକ ଅମାନବୀୟ କାଣ୍ଡ । ଜଣେ ମମତାମୟୀ ମା ଆଗରେ ତା ପୁଅର ଜୀବନ ନେଇ ଯାଇଥିବା ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । କେବଳ ଯେ ପୁଅକୁ ହତ୍ୟା କରାଯାଇଛି ତା’ ନୁହେଁ, ମା’ଙ୍କ ସାମନାରେ ଯୁବକଙ୍କୁ ଦୁଇ ଫାଳ କରି ଦିଆଯାଇଥିବା ଦେଖାଯାଇଛି । ଏହାବ୍ୟତୀତ ମା’ଙ୍କୁ ମଧ୍ୟ ଆକ୍ରମଣରେ ଗୁରୁତର କରିଛନ୍ତି ଦୁର୍ବୃତ୍ତ । ବଲାଙ୍ଗୀର ହସ୍ପିଟାଲ ପରିସରରେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ।

ସୂଚନା ଅନୁସାରେ, ହସପିଟାଲ ପରିସରରେ ମା ପୁଅ ଜଳଖିଆ ଦୋକାନ କରିଛନ୍ତି । ତେବେ ଆଜି ସକାଳୁ ହଠାତ ଦୁଇଜଣ ଅଜଣା ଯୁବକ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣର ପ୍ଲାନ କରାଯାଇଥିବା ଅନୁମାନ କରାଯାଉଛି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଏମ.ସି.ଏଚ କୋଠା ନିକଟରେ ସୁଦପଡାର ଜୟନ୍ତି ଦୋରା ଏବଂ ପୁଅ ଅଜୁ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ଅଜୁଙ୍କର ମୃତ୍ୟୁ ହୋଇଥିବା ବେଳେ, ମା ଜୟନ୍ତିଙ୍କର ଅବସ୍ଥା ଗୁରୁତର ହୋଇଛି । ତେବେ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ଏଭଳି କାଣ୍ଡ ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ପହଞ୍ଚି ତଦନ୍ତକାର୍ଯ୍ୟ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.