ଖଲ୍ଲିକୋଟ : ଦେଶାତ୍ମବୋଧକ କବିତା ପାଠଉତ୍ସବ ଅନୁଷ୍ଠିତ

ଖଲ୍ଲିକୋଟ : ୧୬/୭ ସ୍ୱାଧୀନତା ର ୭୫ ତମ ବର୍ଷ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ – ଉର୍ମି ସାହିତ୍ୟ ସଂସଦ ର ମିଳିତ ଅ|ନୁକୂଲ୍ୟ ରେ ସଂସଦ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ଅଧକ୍ଷ ତା ରେ ଏକ ମନୋଜ୍ଞ
ଦେଶାତ୍ମବୋଧକ କବିତା ପାଠୋସ୍ଛବ ଅନୁଷ୍ଠିତ ହୋଇଛି l ଆୟୋଜିତ ପାଠୋସ୍ଛବ କୁ ବିଧ|ୟିକା ସୂର୍ଯ୍ୟମଣି ବୈଦ୍ୟ ଉଦଘାଟନ କରିଥିବା ବେଳେ ଏନ ଏ ସି ଅଧକ୍ଷ ଇଂ .ନିରଞ୍ଜନ ବେହେରା ଓ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ମେଜର ରମା ରମଣ ପାଢ଼ୀ ଓ ଡ଼ଃ .ହୃଷିକେଶ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କବି ଓ କବିତା ର ଭବିଷ୍ୟତ ଓ ସମାଜ ପରିବର୍ତନ ରେ ଭୂମିକା ସମ୍ପର୍କରେ ଆଲୋଚନା କରିଥିବା ବେଳେ କବୟିତ୍ରୀ ବିଦ୍ୟୁତପ୍ରଭା ଦାଶ ଅତିଥି ପରିଚୟ ଓ ସଂସଦ ର ସମ୍ପାଦକ ମାଧବ ବେହେରା ଆଭିମୁଖ୍ୟ ବର୍ଣନା କରିଥିଲେ l ସେହିପରି ଅପରାହ୍ନ ଅଧିବେଶନ ରେ ସଂସଦ ର ସଭାପତି ଶ୍ରୀ ସାହୁ ଙ୍କ ଅଧକ୍ଷ ତା ରେ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ ରେ ଓଡିଶା ସାହିତ୍ୟ ଏକାଡେମୀ ଗଂଜାମ ପ୍ରତିନିଧି ଡ଼ଃ .ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ମନୋରଞ୍ଜନ ପାଣିଗ୍ରାହୀ ଓ ଅନୁପ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବୟିତ୍ରୀ ଜୋଛନା କୁମାରୀ ପ୍ରଧାନ ଓ କବି ପ୍ରଭାତ କୁମାର ମିଶ୍ର ଙ୍କ ସଂଯୋଜନା ରେ ୩୦ ଜଣ କବି କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତା ଗୁଡିକ ପାଠ କରିଥିଲେ l ଏ ଅବସର ରେ କବି ପ୍ରହଲ୍ଲାଦ ବେହେରା ଙ୍କ ରଚିତ କବିତା ସଂକଳନ ‘ ହେ ସନାତନ ‘ କୁ ଉନ୍ମୋଚନ କରାଯାଇଥିଲା l ଖଲ୍ଲିକୋଟ ଏନ ଏ ସି ରେ ଚାରିଗୋଟି ହାଇସ୍କୁଲ ର ଦଶମ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୪ ଜଣ ଛାତ୍ର ଛାତ୍ରୀ ଙ୍କୁ ” ପରଭାଷ କୁମାରୀ ମେଧା ସ ମ୍ମାନ ” କୁ କବୟିତ୍ରୀ ସରୋଜ ବ|ଳା ପଟ୍ଟନାୟକ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ପୁର୍ଣ ଚନ୍ଦ୍ର ରଥ ,ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ ,ପଞ୍ଚାନନ ସୁର ,ଡ଼ଃ ଜଗଦୀଶ ପାଲ ଓ ଆଇନଜୀବୀ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ଗଂଜାମ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.