ତୀରଙ୍ଗା ବଦଳରେ ଦେଖାଇଲେ କଳା ପତକା : ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ …

ବ୍ରହ୍ମପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ନିଜ ନିର୍ବାଚନ ମଣ୍ଡଳୀରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ କରିଛନ୍ତି ଗୋପାଳପୁର ବିଜେଡି କର୍ମୀ।  ୭୬ତମ ସ୍ବଧିନତା ଦିବସ ଅବସରରେ  ଗୋପାଳପୁର ବିଧାୟକ  ଡ଼.ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧର ଅବସରପ୍ରାପ୍ତ କର୍ମଚାରୀଙ୍କ  ଦ୍ୱାରା ସ୍ବାଧିନତା ଦିବସ ପାଳନ କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଉଥିଲେ । ଗୋଳାବନ୍ଧ ନିକଟସ୍ଥ କମଳାପୁର ଛକରେ ଗୋପାଳପୁର ବିଜେଡ଼ି ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା ଦେଖାଇବା ସହିତ ବିରୋଧ କରାଯାଇଥିଲା । ଯାହାକୁ ନେଇ କିଛି ସମୟ ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।ବିଜେଡି କର୍ମୀମାନେ ବିଧାୟକ ଙ୍କ  ଗାଡିକୁ ଅଟକାଇବା ସହିତ କଳା ପତାକା ପ୍ରଦର୍ଶନ କରିଥିଲେ।ଉତକ୍ଷିପ୍ତ ହୋଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗାଡ଼ିରୁ ଓହ୍ଲାଇ ବାହାରକୁ ଆସି ବିକ୍ଷୋଭ କରୁଥିବା ଗୋପାଳପୁର ବିଜେଡ଼ି ନେତା ଧର୍ମା ରେଡ଼ିକୁ ରାସ୍ତାରୁ ହଟିବା ନିମନ୍ତେ ଧକ୍କା ମାରିଥିଲେ । ଏହାପରେ ବିଜେଡ଼ି ନେତା ଧର୍ମା ରେଡ଼ି ମଧ୍ୟ ବିଧାୟକ ପ୍ରଦୀପଙ୍କୁ ପଛପଟୁ ଧକ୍କା

ଦେଇଥିଲେ । ଯାହାଫଳରେ ବିଧାୟକ ପ୍ରଦୀପଙ୍କ ସମର୍ଥକ ଓ ବିଜେଡ଼ି ନେତା, କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା । କିଛି ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲା । ପରିସ୍ଥିତି ଶାନ୍ତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋଳାବନ୍ଧରେ ପହଞ୍ଚି ଅବସରପ୍ରାପ୍ତ କର୍ମଚାରୀଙ୍କ ୭୬ ତମ ସ୍ବାଧିନତା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ଜନବିରୋଧି କାର୍ଯ୍ୟ ଯୋଗୁଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ି ବହିଷ୍କୃତ କରିଥିବା ବେଳେ ସେ ନିଜ ଆଡ଼ୁ ସେ ବିଧାୟକ ପଦରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛି ବୋଲି ବିରୋଧୀ କର୍ମୀ ମାନେ ଦାବି କରିଥିଲେ  । କାରଣ ଗତ କିଛି ବର୍ଷ ହେଲା ଗୋପାଳପୁର ବାସିନ୍ଦା କୌଣସି ପ୍ରକାରର ସୁବିଧା ପାଇଁନଥିବା ବେଳେ ସେଭଳି କିଛି ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ହୋଇପାରିନାହିଁ ଯାହା ଦେଖିବାକୁ ମିଳୁଛି । ତେଣୁ କେବଳ ଆଜି ହିଁ ବିଧାୟକଙ୍କୁ ବିରୋଧ କରାଯାଇଛି ତାହା ନୁହେଁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ କୌଣସି କାର୍ଯ୍ୟରେ ଯୋଗ ଦିଅନ୍ତି ତେବେ ଗୋପାଳପୁର ବାସିନ୍ଦା ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି, ଆଜି ବିରୋଧ ସମୟରେ ଯେଉଁଭଳି ବିଧାୟକ ଧକ୍କା ମାରିଛନ୍ତି ଏନେଇ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଜେଡ଼ି ନେତା ଧର୍ମା ରେଡ଼ି । ସେପଟେ ବିଜେଡ଼ି ନେତା ମାନଙ୍କ ଏଭଳି ବିରୋଧକୁ ନିନ୍ଦା କରିଛନ୍ତି ପ୍ରଦୀପ । ବର୍ତ୍ତମାନ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିଛି । ଅଞ୍ଚଳର ବିକାଶ ଅଞ୍ଚଳ ବାସିନ୍ଦାଙ୍କ ଏକତା ଉପରେ ନିର୍ଭର କରୁଛି । ତେଣୁ କାହା କଥାରେ ବିଶ୍ବାସ ନ କରି କାମରେ ବିଶ୍ବାସ କର । ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ ନିମନ୍ତେ କାମ କରିଛି, ବର୍ତ୍ତମାନ କରୁଛି ଏବଂ ଆଗକୁ ମଧ୍ୟ କରିବି ବୋଲି କହିଛନ୍ତି ବିଧାୟକ ଡ଼ଃ.ପ୍ରଦୀପ ପାଣିଗ୍ରାହୀ ।ପରେ କରାପଲ୍ଲୀ ଶିଵ ମନ୍ଦିର କାର୍ଯ୍ୟକ୍ରମ ରେ ଯୋଗଦେଇ ଫେରିଥିଲେ ଭୁବନେଶ୍ୱର। କିଛି ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଦୀପ ଙ୍କ ପ୍ରତି ହୋଇଥିବା ବ୍ୟବହାର କୁ ତୀବ୍ର ନିନ୍ଦା କରିଛନ୍ତି, ଦେଶ ଯେତେବେଳେ ଆଜାଦି ର ଅମୃତ ମହୋତ୍ସବ ପାଳନ କରୁଛି ସେହି ସମୟରେ ତୀରଙ୍ଗା ପତାକା ବଦଳରେ କଳା ପତାକା ଦେଖାଇବା ନିହାତି ହୀନ ମାନସିକତା କହିଲେ କିଛି ଭୁଲ  ହେବ ନାହିଁ l ଆଜିର ଏହି ମହାପର୍ବ ସ୍ୱାଧୀନତା ଦିବସରେ କଳା ପତକା ଦେଖାଇ ହୀନ ରାଜନୀତି କେତେ ଯଥାର୍ଥ…? ଏଥିପ୍ରତି ପୋଲିସ ଓ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେବାଉଚିତ ବୋଲି ବୁଦ୍ଧି ଜୀବି ମତ ଦେଇଛନ୍ତି l ସୂଚନା ଥାଉକି ପ୍ରଦୀପ ପାଣିଗ୍ରାହୀ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି ଏହି ପରିପେକ୍ଷି ରେ ରାଜ୍ୟ ସରକାର ଉକ୍ତ ଅଞ୍ଚଳ ର ତଦାରଖ କରିବାକୁ ଜଣେ ପ୍ରତିନିଧି ନିଯୁକ୍ତି କରିଥିଲ ଯେ କି

ଗୋପାଳପୁର ନିର୍ଵାଚନ ମଣ୍ଡଳୀ ର ସମସ୍ତ ଦାୟିତ୍ୱ ନେବେ ଓ ଲୋକଙ୍କ ଶୁଖ ଦୁଃଖ ରେ ସାମିଲ ରହିବେ ଯେମିତି କି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଲୋକଙ୍କ କୌଣସି ଅସୁବିଧା ନହୁଏ ଏବଂ ସରକାରଙ୍କ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସୁଚାର ରୂପେ ତଦାରଖ ହେଉ କିନ୍ତୁ ଲୋକ ତାହାକୁ ବିରୋଧ ନକରି ବ୍ୟକ୍ତି ଗତ ସ୍ତରରେ ବିରୋଧ କରିବା ବା ଆକ୍ଷେପ କରିବା କେତେ ଦୂର ଠିକ..? ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି, ଏହାକୁ ନେଇ ତଦନ୍ତ ଆବଶ୍ୟକ ଓ ବିଜେଡି ଦଳ ସମୀକ୍ଷା ମଧ୍ୟ କରିବା ଜରୁରୀ ହୋଇଛି ନଚେତ ଆଗାମୀ ନିର୍ବାଚନ ରେ ଏହାର ପ୍ରଭାବ ମଧ୍ୟ ପଡିପାରେ କାରଣ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବର୍ତମାନ ଦୁଇ ଭାଗର ଚିତ୍ର ଦେଖିବାକୁ ମିଳିଛି ଏମିତି ସମୟ ନଆସୁ ଦୁଇଟି ବିରାଡ଼ି କଳି ରେ ତୃତୀୟ ବ୍ୟକ୍ତି ର ଲଭ ନ ହେଉ..

nis-ad
Leave A Reply

Your email address will not be published.