ବ୍ରହ୍ମପୁର(୧୫/୦୮) : ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯାଇଅଛି | ଦକ୍ଷିଣାଞ୍ଚଳ ରାଜସ୍ୱ ସ୍ତରୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ତାଙ୍କର ଅଭିଭାଷଣରେ ସ୍ଵାଧୀନତା ଦିବସରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତା ଜଣଇଛନ୍ତି । ସ୍ଵାଧୀନତା ହାସଲ ପାଇଁ ଦେଶ ପ୍ରେମିଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ଵାଧୀନତା ସଂଗ୍ରାମ ପାଇଁ ଯେଉଁ ପ୍ରମୁଖ ମହାପୁରୁଷଙ୍କ ପ୍ରମୁଖ ଭୂମିକା ରହିଛି, ସେମାନଙ୍କ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଧାର ବଲ୍ଲଭଭାଇ ପଟେଲ , ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲାଲା ଲାଜପତ ରାୟ, ବାଳଗଙ୍ଗଧର ତିଳକ ଇତ୍ୟାଦି ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ମହାତ୍ମଗାନ୍ଧୀଙ୍କ ଭୂମିକା ଥିଲା ଅତୁଳୀୟ ଓ ତାଙ୍କର ଚିନ୍ତା ଦ୍ଵାରା ଥିଲା ଅହିଂସା ବୋଲରେ ସ୍ଵାଧୀନତା ହାସଲ କରିବା , ଶକ୍ତିଶାଳୀ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଅହିଂସା ରୂପ ବୋଲରେ ଲୋକମାନଙ୍କୁ ଜସ୍ ଦେଇଥିଲେ। ଦେଶର ସ୍ଵାଧୀନତା ସଂଗ୍ରାମ ସମୟରେ ଓଡ଼ିଶାର ଭୂମିକା ମଧ୍ୟ କିଛି କମ ନଥିଲା ମହାତ୍ମାଗାନ୍ଧୀ ଓଡ଼ିଶାକୁ ଆଠ ଥର ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ସଭା ସମିତି କରି ବ୍ରିଟିଶ୍ ସରକାରଙ୍କ ଶାସନ ବିରୋଧରେ ଲଡେଇ କରିବା ପାଇଁ ସମସ୍ତ ଜନସାଧରଣଙ୍କୁ ଅହାନ ଦେଇଥିଲେ। ଓଡ଼ିଶା ଗସ୍ତରେ ଆସି ମହାତ୍ମାଗାନ୍ଧୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ବ୍ରହ୍ମପୁର ସହରରେ ଏକ ବିଶାଳ ସଭାରେ ଯୋଗଦେଇ ଉଦ୍ବବଧନ ଦେଇଥିଲେ । ଦେଶକୁ ସ୍ୱାବଲମ୍ବି କରିବା ପାଇଁ ସେ ଖଦୀ ଲୁଗା ଉପରେ ଅଧିକ ଗୁରୁତ୍ୱ ଦେଇ ଥିଲେ। ନିଜେ ଖଦୀ କାମ କରି ସମସ୍ତଙ୍କୁ ଆତ୍ମନିର୍ବର ଶିଲ ହେବାକୁ ଆହାନ ଦେଇଥିଲେ । ଆଜି ସାରା ଦେଶ ସ୍ବାଧିନତାର ୭୬ତମ ବର୍ଷ ମଧ୍ୟରେ ଆମ ଦେଶ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରେଳ ସେବା, ବିମାନ ସେବା, ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଉନ୍ନତୀ ହାସଲ କରିପାରିଛି। ଆମ ସ୍ଵାଧୀନ ସଂଗ୍ରାମୀ ମାନଙ୍କପାଇଁ ଦେଶ ସୁରକ୍ଷିତ ହୋଇ ପାରିଛି ,ତେଣୁ ଆଜିର ଦିନରେ ମୋର ସମସ୍ତ ନାଗରିକ ମାନଙ୍କୁ ଅନୁରୋଧ ସମସ୍ତେ ମିଳିତ ଭାବରେ ଶପଥ ନେବା ଦେଶ ଓ ରାଜ୍ୟର ଉନ୍ନତି ନିମନ୍ତେ ଆମେ ନିଜ ରାଜ୍ୟ ତଥା ଦେଶକୁ ପ୍ରଗତି ପଥରେ ଆଗେଇନେବା ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ |
ଏହି ଦକ୍ଷିଣାଞ୍ଚଳ ରାଜସ୍ୱ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଡ଼ା.ଶର୍ବଣ ବିବେକ ଏମ, ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର, ଶ୍ରୀଯୁକ୍ତ ଜେ. ସୋନାଲ, କମିଶନର, ମହାନଗର ନିଗମ, ବ୍ରହ୍ମପୁର, ଶ୍ରୀଯୁକ୍ତ ୱି. କିର୍ତ୍ତୀ ୱାସନ,ଉପ ଜିଲ୍ଲାପାଳ ବ୍ରହ୍ମପୁର ଉପସ୍ଥିତ ଥିଲେ |
ଆଜିର ଏହି ଉତ୍ସବରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଙ୍କୁ ସେବା ଯୋଗାଉଥିବା ଆଠଜଣ ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ଅନଲାଇନ୍ ମାଧ୍ୟମରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବାର ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା | ସ୍ଵାଧୀନତା ଦିବସ ପାଳନ ଅବସରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ଏକ ସୁନ୍ଦର ଆକୃତି ବାଲିରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ବାଲିରେ ଚିତ୍ର ଆଙ୍କି ପ୍ରଶଂସିତ ହୋଇଛନ୍ତି ।
ଆଜିର ଏହି ଉତ୍ସବରେ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଆର୍.ଆଇ. ଅଫ୍ ପୋଲିସ୍, ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିଲେ | ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିଲା | ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ ସହଯୋଗ କରିଥିଲେ |