ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପାଳନ ହୋଇ ଯାଇଛି ୭୬ତମ ସ୍ୱାଧୀନତା ଦିବସ

ବ୍ରହ୍ମପୁର(୧୫/୦୮) : ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଉପ କୁଳପତି ଡ଼. ଗୀତାଞ୍ଜଳୀ ଦାସ, ଅନୁଷ୍ଠାନର ସମସ୍ତ ଶୈକ୍ଷିକ କର୍ମକର୍ତ୍ତା ତଥା ଅଣଶୈକ୍ଷିକ କର୍ମକର୍ତ୍ତା ଏବଂ ଶିକ୍ଷାର୍ଥୀଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କିଛି ଅଭିନବ ଢ଼ଙ୍ଗରେ ସ୍ବାଧୀନତା କୁ ପାଳନ କରାଯାଇଥିଲା, ଅନୁଷ୍ଠାନର କର୍ମଚାରୀ ମାନଙ୍କ ମଧ୍ୟରେ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅନୁରୂପ ଭାବେ ଦୌଡ଼ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ସାମିଲ୍ ରହିଥିଲା ଭଜନ,ଓଡ଼ିଶୀ, ଦେଶାତ୍ମବୋଧକ ନୃତ୍ୟ,ଦେଶାତ୍ମବୋଧକ କବିତା ଇତ୍ୟାଦି। ବାସ୍ତବରେ ଆଜାଦିର ଏହି ଅମୃତ କାଳକୁ କେବଳ ବିଶ୍ଵ ବିଦ୍ୟାଳୟ କାହିଁକି ସମସ୍ତ ଗଞ୍ଜାମ ଜିଲ୍ଲା,ସାରା ରାଜ୍ୟ ସର୍ବୋପରି ସାରା ଦେଶ ଆଜି ଉତ୍ସବମୁଖର । ତ୍ରିରଙ୍ଗା ପତାକା ଦ୍ଵାରା ସତେ ଯେମିତି ସାରା ଦେଶ ଏକ ପ୍ରକାରର ତ୍ରିରଙ୍ଗାମୟ ହୋଇଯାଇଛି ।

nis-ad
Leave A Reply

Your email address will not be published.