ଚିତ୍ରକୋଣ୍ଡାରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ କବିତା ଆସର

ଚିତ୍ରକୋଣ୍ଡା(୧୫/୦୮) : ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ର ଆୟୋଜନ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟେମ୍ପରାରିକଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ଅଞ୍ଚଳର କବି, ସାହିତିକ, କବୟିତ୍ରୀ ତଥା ଶିକ୍ଷାବିତ ମାନଙ୍କୁ ନେଇ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କବିତା ଆସର କାର୍ଯ୍ୟକ୍ରମ ରେ ସଭାପତି ଭାବରେ ଶିକ୍ଷାବିତ, କବି ତଥା ସାହିତ୍ୟିକ ଭରତ ଚନ୍ଦ୍ର ନାଥ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବରେ ଗୌରହରୀ ସାହୁ ଏବଂ ସମ୍ମାନିତ ଅତିଥିଭାବରେ ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ଡାକୁଆ ଓ ଦୁର୍ଯୋଧନ ସେଠି ଯୋଗଦେଇ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ପରେ ଭାରତମାତାଙ୍କ ଫୋଟୋରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣକରି ଧୂପଦୀପ ଲଗାଇ ପୂଜାର୍ଚନା କରିବା କ୍ଷଣି ଟେମ୍ପରାରିକଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଂଗୀତ ଗାନ ଗାନ କରିଥିଲେ ଏଥି ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ସାମ୍ବାଦିକ, କବି ଓ ସାହିତ୍ୟିକ ସ୍ବର୍ଗତ ସୁଧାକର ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପାର୍ଥନା କରିଥିଲେ l ପରେ ଅତିଥି ମାନେ ଜଣଙ୍କ ପରେ ଜଣେ ନିଜର ଅଭିଭାଷଣ ରଖିବା ପରେ କବି ଏବଂ କବୟିତ୍ରୀ ମାନେ ନିଜ ନିଜର ଦେଶାତ୍ମବୋଧକ ସ୍ଵରଚିତ କବିତା ପାଠ କରିଥିଲେ ଏଥି ସହିତ ଅତିଥିମାନେ କବି ବାଲାଜୀ ସେଠି ଙ୍କ ଦ୍ଵାରା ମୁଦ୍ରିତ କବିତା ବହି ପୋଡ଼ା ସଳିତା କୁ ଉନ୍ମୋଚନ କରି କବିତା ପାଠ କରିଥିବା ୨୨ଜଣ କବି ଏବଂ କବୟିତ୍ରୀ ମାନଙ୍କୁ ସମ୍ବୋଧନ କରି ମାନପତ୍ର ପ୍ରଦାନ କରାଯାଇଥିଲା l ଚିତ୍ରକୋଣ୍ଡା ଭଳି ଉପାନ୍ତ ତଥା ସ୍ୱାଭିମାନ ଅଞ୍ଚଳ ମାତୃଭାଷା, ସାହିତ୍ୟ ଓ କବିତା ହଜି ଯାଉଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ କବି ମାନଙ୍କ ଲୁକାୟିତ ପ୍ରତିଭାଙ୍କୁ ବାହାର କରି କବିତା ଆସର ମାଧ୍ୟମରେ ସୁପ୍ତ ପ୍ରତିଭାକୁ ଆଗେଇ ନେଇ ବିକଶିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଆଲୋଚ୍ୟ ବିଷୟ ଥିଲା l ଆଗାମୀ ସେପ୍ଟେମ୍ବର ମାସରେ ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ରାଜ୍ୟ ସ୍ତରୀୟ କବିତା ଆସର କାର୍ଯ୍ୟକ୍ରମ କରାଯିବ ବୋଲି ଆବାହକ ଗୌରହରି ସାହୁ ସୂଚନା ପ୍ରଦାନ କରିଥିଲେ l ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏ ସୁନ୍ଦର ସୃଜନ ମନସ୍କ କବିତା ଆସର ସମଗ୍ର ଚିତ୍ରକୋଣ୍ଡା ଅଞ୍ଚଳରେ ଗଭୀର ପ୍ରଭାବ ପକାଇଥିଲା ।
ଏହି ଉତ୍ସବ ନିମନ୍ତେ ଚିତ୍ରକୋଣ୍ଡାର ବୁଦ୍ଧିଜିବୀ ତଥା ଜନସାଧାରଣଙ୍କ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ,ଭୂବନେଶ୍ବର ଓ ମାଲକାନଗିରି ଜିଲ୍ଲା ଶାଖା ର ସଭ୍ୟ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ଆନ୍ଧ୍ର ଓଡିଶା ସୀମାନ୍ତ ରେ ଏ ସୁନ୍ଦର ପ୍ରୟାସ କୁ ପ୍ରଶଂସା କରାଯାଇଛି l ଉକ୍ତ କବିତା ପାଠ କାର୍ଯ୍ୟକ୍ରମକୁ କବି ଖିରୋଦ ବେହେରା ସଂଯୋଜନା କରିଥିବା ବେଳେ କବିତା ଆସର କାର୍ଯ୍ୟକ୍ରମର ଆବାହକ କବି,ଶିକ୍ଷାବିତ ଗୌରହରି ସାହୁ ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ କବି ଓ କବୟିତ୍ରୀ ନିରଦ ଜେନା, ବୁଲୁ ସେଠି, ସବିତା ତ୍ରିପାଠୀ, ରିତା ମହାରଣା, ବ୍ରଜବନ୍ଧୁ ନାୟକ,ଉଲ୍ଲାସ ଜେନା, ଦୀପ୍ତି ନାୟକ,ଜ୍ଞାନ ରଞ୍ଜନ ପଲାଇ, ତ୍ରିନାଥ ଗୌଡ଼,ବିଜୟ ପଣ୍ଡା ଓ ଅନାଦି ମହାପାତ୍ର ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.