ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମି ନାଶକ ଦିବସ ର ଶୁଭାରମ୍ଭ

ଛତ୍ରପୁର : ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସ ର ଶୁଭାରମ୍ଭ ହୋଇଯାଇଛି l ଡା ସୁଦର୍ଶନ ସାହୁ ଓ ଡା ସନ୍ତୋସିନୀ ସେଠି ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଉକ୍ତ କାର୍ଯ୍ୟକ୍ରମ ସାରା ଛତ୍ରପୁର ବ୍ଲକ ରେ 1 ରୁ 19 ବର୍ଷ ବୟସ ର ସମସ୍ତ ଛୁଆ ଙ୍କୁ ଏହି କୃମି ନାଶକ ଔଷଧ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ରେ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର,ସି ଡି ପି ଓ କ୍ରୀଷ୍ଣା କୁମାରୀ ନନ୍ଦ ,ପରିଦର୍ଶକ କ୍ରିଷ୍ଣ ଚନ୍ଦ୍ର ଜେନା, ଏ ଏନ ଏମ ସବିତା କୋଠିଆ, ବି ପି ଏ ମ ସୀମାଞ୍ଚଳ ପ୍ରଧାନ ଉପସ୍ଥିତ ଥିଲେ। ଡା ରାମନୁଜ ପଟ୍ଟନାୟକ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସମସ୍ତ ଛାତ୍ର ଙ୍କୁ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ସଚେତନ କରେଇଥିଲେ।ନରେନ୍ଦ୍ରପୁର ର ପୂର୍ବତନ ସମିତିସଭ୍ୟ ଜ୍ୟୋତି ରଞ୍ଜନ ସାହୁ ଓ ଯୁବନେତା ଅଲିଅଳ ସେନାପତି ଙ୍କ କରକମଳ ରେ କାର୍ଯ୍ୟକ୍ରମ ର ଶୁଭାରମ୍ବ ହୋଇଥିଲା।

nis-ad
Leave A Reply

Your email address will not be published.