ବାଇକ ସହ କାର ଦୁର୍ଘଟଣା ଦୁଇ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ନିକଟସ୍ଥ ଡୁଙ୍ଗୁରିନାଳ ବୁଲାଣି ରାସ୍ତାଦେଇ ଏକ ବାଇକରେ(ଓ ଡି୧୨- ୮୪୪୬) ଦାଦା ଓ ପୁତୁରା ସଙ୍କରାଖୋଲ ଆସୁଥିଲେ ଫୁଲବାଣୀ ପଟରୁ ଏକ ସୁଇଫ୍ଟ ଡିଜାର କାର କଳାହାଣ୍ଡି ଯାଉଥିବା ସମୟରେ ଧକ୍କା ଦେବା ଫଳରେ ଦାଦା ପୁତୁରା ଛିଟିକି ପଡିଥିଲେ। ସ୍ଥାନୀୟ ଲୋକ ଟିମ ହ୍ୟୁମାନିଟି କନ୍ଧମାଳର ଟିକାବାଲି ଶାଖା,ସଙ୍କରାଖୋଲ ଶାଖା ଓ ଟିକାବାଲି ଥାନାକୁ ଖବର କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ଉଭୟ ଶାଖାର ସଦସ୍ୟ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ କାରଟିକୁ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ତାଙ୍କ ପୋଲିସ ଟିମ ଜବତ କରି ତଦନ୍ତ ଚଳାଇଥିବା ବେଳେ। ଟିମ ହ୍ୟୁମାନିଟିର ନିଜସ୍ଵ ସ୍ୱର୍ଗ ରଥରେ ଉଭୟ ଦାଦା ପୁତୁରାଙ୍କୁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଥିବାର ସୂଚନା ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ ସୂଚନା ଦେଇଛନ୍ତି।ଗୁରୁତର ଦାଦା ସୁବଳ ଦେହୁରୀ ପୁତୁରା ସମୀର ଦେହୁରୀ ଉଭୟଙ୍କର ଘର ଟିକବାଲି ବ୍ଲକର କଇଁଝର, କୁମ୍ଭାର ସାହି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି।ଟିମ ହ୍ୟୁମାନିଟି ସଦସ୍ୟ ମାନେ ହେଲେ ଟିକାବାଲିର ହୀରୋ ନାୟକ, ନୀଳମାଧବ ପାତ୍ର, ରଜତ ଭୋଇ ସେହିପରି ସଙ୍କରାଖୋଲ ଶାଖାର ମଣ୍ଟୁ ବେହେରା,ରାଜେଶ ପାଣିଗ୍ରାହୀ, ଅଶ୍ୱିନୀ ପଣ୍ଡା,, ଫୁଲବାଣୀ ଶାଖାର ରଜତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.