ବରିଷ୍ଠ ନାଗରିକଙ୍କ ସୁରକ୍ଷା ଧର୍ମକୁ ଆଖିଠାର : ମିଳୁନି ନ୍ୟାୟ ହେଉଛନ୍ତି ନିର୍ଯ୍ୟାତିତ

ବ୍ରହ୍ମପୁର : ନ୍ୟାୟ ମିଳୁନି ବରିଷ୍ଠ ନାଗରିକଙ୍କୁ | ସମ୍ପ୍ରତି ସମାଜରେ ଏବେ ବୁଢା ବାପା ଓ ମାତାଙ୍କୁ ଅଣଦେଖା କରିବା ଭଳି ଘଟଣା ବରମ୍ବାର ପଦାକୁ ଆସୁଛି । ପୁଅ ବୋହୁ ଙ୍କ ନିର୍ଯ୍ୟାତନା ସହି ନପାରି ବାପା ଓ ମା ଆଇନର ଦ୍ବାରସ୍ଥ ହେଇ ଅଦାଲତ, ଓ କଚେରି ରେ ଅଭିଯୋଗ କରି ଫଳ ପ୍ରାୟ ଶୂନ୍ୟ | ଏଭଳି ଏକ ଅଭିଯୋଗ ପଦାକୁ ଆସିଛି ଜଣେ ବରିଷ୍ଠ ନାଗରିକ ଦମ୍ପତ୍ତି ବ୍ରହ୍ମପୁର ଶାନ୍ତିନଗରର କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ରାଜେଶ୍ଵରୀ ପଣ୍ଡାଙ୍କୁ ତାଙ୍କ ଦୁଇ ପୁଅ ଓ ଦୁଇ ବୋହୁ ଅକଥନୀୟ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ପାରିବାରିକ ବାସନ୍ଦ କରିଥିବା ସୂଚନାରୁ ପ୍ରକାଶ। ବୃଦ୍ଧ ପିତା ମାତା ଦ୍ବୟ ବ୍ରହ୍ମପୁର ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ଠାରେ ମାମଲା ଦାୟର କରି , ମାଜିଷ୍ଟ୍ରେଟ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଇଛନ୍ତି । ବୃଦ୍ଧ ପିତା ମାତାଙ୍କର ଜୀବିକାକୁ ପୁଅ ମାନେ ଛଡାଇ ନେବା ସହ ଗଛିତ ଡିପୋଜିଟ ଗୁଡିକୁ ମଧ୍ୟ ପୁଅ ବୋହୁ ହଡପ କରି ବାର୍ଦ୍ଧକ୍ୟରେ ଦୁଇ ଓଳା ପେଟପୁରା ଖାଇବା ସେମାନଙ୍କ ପାଇଁ ସ୍ବପ୍ନ ହୋଇ ଗଲାଣି । ଏହି ପରିପ୍ରେକ୍ଷୀରେ ୨୦୦୭ ମସିହାରେ ପ୍ରଣିତ ଆଇନ କେବଳ ପୋଥିରେ ସିମିତ ହୋଇ ରହିଯାଇଥିବା କଥା ବରିଷ୍ଠ ଆଇନଜୀବୀ ଭୁବନେଶ୍ବର ମିଶ୍ର କହି କ୍ଷୋଭ ପ୍ରକାଶ କରିଛନ୍ତି। ଆଇନର ସଦୁପଯୋଗ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଯାହାକି ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥୁବା ନିୟମ ଧର୍ମକୁ ଆଖିଠାର କହିଲେ କିଛି ଭୁଲ ହେବ ନାହିଁ l ତଳ ଦିନେ ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ତାଙ୍କ ସ୍ତ୍ରୀ ନ୍ୟାୟ ପାଇବା ଆଶାନେଇ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଙ୍କୁ ନିଜ ଅଭିଯୋଗ ଓ ଦୁଃଖ ଜଣାଇ ଥିଲେ ଏସପି ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ଟାଉନ ଥାନା କୁ ଆସିଥିଲେ କିନ୍ତୁ ଏଠାରେ ବି ଫଳ ଶୂନ ଏହା ଏକ ସିଭିଲ ଓ ପାରିବାରିକ ସମସ୍ୟା କହି ଫେରାଇ ଦେଥିଲେ ଏଠାରେ ସୂଚନା ଥାଉକି ଏହି ଭଳି ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ହୋଇଥିବା ନିୟମ କାହା ପାଇଁ..? ଏହା ସମାଜ ପାଇଁ ଏକ ଅମିମାଂସିତ ପ୍ରଶ୍ନ କହିଲେ ଭୁଲ ହେବ ନାହିଁ |

nis-ad
Leave A Reply

Your email address will not be published.