ଚୋରକୁ ଚାର୍ଜର ବିକିବା ପରେ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟ ଅଚଳ

ଚାର୍ଜର ବିକି ଫସିଗଲେ ମୋବାଇଲ ଦୋକାନୀ । ଚୋରି ମୋବାଇଲ ଫୋନରୁ ଡିଜିଟାଲ ପେମେଣ୍ଟ କରି ଖସିଗଲା ଅଭିଯୁକ୍ତ । ଏବେ ସାଇବର ଥାନା ପୋଲିସ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଚଳାଇଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରୁ ସପିଂ କରିଥିଲା ଚୋର । ଭୁବନେଶ୍ୱର ବାପୁଜୀନଗରର ଏକ ଦୋକାନରୁ ଚାର୍ଜର କିଣି ଚୋର ଜଣକ ଡିଜିଟାଲରେ କରିଥିଲା।

ଆଉ ଏହାପରେ ଜଣାପଡ଼ିଯାଇଥିଲା ଯେ, ଏହା ଚୋରି ମୋବାଇଲ ଫୋନ୍ । କାରଣ ପରବର୍ତୀ ସମୟରେ ଜଣାପଡିଥିଲା ଯେ, ପେମେଣ୍ଟ ହୋଇଥିବା ୟୁପିଆଇ ମୋବାଇଲଟି କିଛିମାସ ପୂର୍ବେ ଚୋରି ହୋଇଥିବା ମୋବାଇଲ ଫୋନ୍ ।

ଏନେଇ ସାଇବର ଥାନା ପୋଲିସ ମୋବାଇଲ ଦୋକାନୀଙ୍କ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଆରମ୍ଭ କରିଛି । ବ୍ୟବସାୟୀଙ୍କ ଆକାଉଣ୍ଟ ଅଚଳ ଯୋଗୁ ସେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥିବା କହିଛନ୍ତି ।

nis-ad
Leave A Reply

Your email address will not be published.