ବଢୁଛି କାଠଯୋଡ଼ି ଓ ମହାନଦୀର ଜଳସ୍ତର

କଟକ: କଟକରେ ଲଗାଣ ବର୍ଷା। ଗତକାଲି ରାତିରୁ ସହରରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ। ବଢୁଛି କାଠଯୋଡ଼ି ଓ ମହାନଦୀର ଜଳସ୍ତର। ମୁଣ୍ଡଲୀ ବ୍ୟାରେଜ ଦେଇ ୩ଲକ୍ଷ ୭୮ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି।

ନରାଜ ବ୍ୟାରେଜ ଦେଇ ୧ଲକ୍ଷ ୪୮ହଜାର ୫୫ କ୍ୟୁସେକ୍‌ ଜଳ କାଠଯୋଡି ନଦୀରୁ ନିଷ୍କାସିତ ହେଉଛି।

ନରାଜ ବ୍ୟାରେଜର ୪୯ଟି ଗେଟ୍‌ ଭିତରୁ ୧୫ଟି ଆଂଶିକ ଓ ୧୩ଟି ଗେଟ୍‌ ସଂପୂର୍ଣ୍ଣ ଖୋଲା ରହିଛି। ଅଧିକ ସୂଚନା ଦେଉଛନ୍ତି ଆମ କଟକ ରିପୋର୍ଟର ଜୟ ମହାନ୍ତି।

nis-ad
Leave A Reply

Your email address will not be published.