ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର । ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ଜଣେ ମହିଳା ଗିରଫ ହୋଇଛନ୍ତି । ଅବକାରୀ ଫ୍ଲାଇଂ ସ୍କ୍ୱାଡ ହାତରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ଲେଡି ଡଗ୍ସ୍ କୁଇନଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରୁ ବ୍ରାଉନସୁଗାର ଜବତ ହୋଇଛି । ତେବେ ଗିରଫ ମହିଳା ଜଣକ ହେଲେ ସୁଷମା ନାୟକ ।

ସୂଚନା ଅନୁସାରେ, ରାଜଧାନୀରୁ ପ୍ରତିଦିନ ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି । ଏହାସହିତ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ତେବେ ଏପରି ବାରମ୍ବାର ହେବା ଦ୍ୱାରା ପୋଲିସର ଦାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.