ଭଦ୍ରକରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି

ଭଦ୍ରକ: ଲଗାଣ ଲଘୁଚାପ ବର୍ଷା ବଢ଼ାଉଛି ସମସ୍ୟା । ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଭଦ୍ରକରେ ବୈତରଣୀ ନଦୀ ଏବେ ଧିରେ ଧିରେ ଫୁଲୁଛି । ସାଳନ୍ଦୀ ରିଜର୍ଭୟରରେ ଜଳସ୍ତର ବଢ଼ୁଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ା ଯାଉଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି ।

ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ସୁଦ୍ଧା ଜଳ ସ୍ତର ୧୭.୭୩ ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମରେ ଜଳସ୍ତର ୭୮ ମିଟର ରହିଛି । ଲଗାତାର ବର୍ଷା ହେଉଥିବାରୁ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମର ଗେଟ୍ ଖୋଲା ଯାଇଥିବା ବିଦ୍ୟାଧରପୁର କେନାଲ ଡିଭିଜନ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଲଗାଣ ବର୍ଷା ଭଦ୍ରକ ପୌରାଞ୍ଚଳର କେତେକ ୱାର୍ଡରେ ସମସ୍ୟା ସୃଷ୍ଟି କରିଛି । ଚରମ୍ପା ଅଞ୍ଚଳର କେତେକ ସ୍ଥାନରେ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ସହର ତଳି ଅଞ୍ଚଳ ଗୁଡ଼ିକରେ ବର୍ଷା ପାଣି ଜମି ରହିବା ଯୋଗୁ ଲୋକେ ହଇରାଣ ହେଉଛନ୍ତି ।

nis-ad
Leave A Reply

Your email address will not be published.