ଓଡ଼ିଶାରେ ଆଉ ୫୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ଧିରେ ଧିରେ କମୁଛି । ଆଜି ମଧ୍ୟ ଦୈନିକ ସଂକ୍ରମିତ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୦ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୪୩ ଜଣ ସ୍ଥାନୀୟ ସଂକ୍ରମିତ ।

ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୨୬ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ବର ଜିଲ୍ଲାରୁ ୧୦ ଜଣ, ବରଗଡ଼ରୁ ୨୨, ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୩୬ ଜଣ, ବୌଦ୍ଧରୁ ୫ ଜଣ, କଟକରୁ ୧୪ ଜଣ, ଦେବଗଡ଼ରୁ ୪ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ, କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, କେଉଁଝରରୁ ୧୧, ଖୋର୍ଦ୍ଧା ଜିଲ୍ଲାରୁ ୭୭, କୋରାପୁଟ ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜରୁ ୪୦ ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ,ନୂଆପଡ଼ାରୁ ୩୮, ପୁରୀରୁ ୧ ଜଣ, ରାୟଗଡ଼ାରୁ ୯ ଜଣ, ସମ୍ବଲପୁରରୁ ୨୨ ଜଣ, ସୋନପୁରରୁ ୧୭ ଜଣ, ସୁନ୍ଦରଗଡ଼ରୁ ୧୩୭ ଜଣ ଓ ଷ୍ଟେଟପୁଲରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩୨୧୭୮୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କେନ୍ଦ୍ରାପଡ଼ା ଜିଲାର ୭୫ ବର୍ଷ ବୟସ୍କ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୫୪ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।ଗତ କିଛି ମାସ ଧରି ମୃତ୍ୟୁ ସଂଖ୍ୟା ସ୍ଥିର ରହିଥିବାବେଳେ ଗତ କିଛି ଦିନ ଧରି ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୧୭୮୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୦୮୧୬୬ ଜଣ ସୁସ୍ଥ ହୋଇଛନ୍ତି । ଆଉ ୪୪୦୭ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୨୮୭୪୫୯୦ ସାମ୍ପୁଲ ଟେଷ୍ଟ୍ ହୋଇଛି । 

nis-ad
Leave A Reply

Your email address will not be published.