ପୁଣି ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ନମ୍ବର ୱାନ୍ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦେଶରେ ସବୁଠାରୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ନବୀନ ପଟ୍ଟନାୟକ । ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା ଓ ତୃତୀୟ ସ୍ଥାନରେ ରହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ।

ସେହିପରି ଦେଶରେ ମୁଖ୍ୟମନ୍ତ୍ରୀ ହିସାବରେ ଲୋକପ୍ରିୟ ତାଲିକାର ଶୀର୍ଷରେ ଅଛନ୍ତି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଦେଶର ୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ । ସେହିପରି ରାହୁଲ ଗାନ୍ଧୀଙ୍କୁ ମାତ୍ର ୯ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ଅନ୍ୟପଟେ ଯଦି କଂଗ୍ରେସ ଦଳ ଭିତରେ ଲୋକ ପ୍ରିୟ ନେତାଙ୍କୁ ଦେଖାଯାଏ । ତେବେ ଦଳ ଭିତରେ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ରାହୁଲ ଗାନ୍ଧୀ । ଅର୍ଥାତ ୨୩ ପ୍ରତିଶତ ଦଳୀୟ ସମର୍ଥନ ରାହୁଲ ଗାନ୍ଧୀଙ୍କୁ ମିଳୁଥିବା ବେଳେ ମନମୋହନ ସିଂଙ୍କୁ ୧୬ ପ୍ରତିଶତ ଓ ସୋନିଆ ଗାନ୍ଧୀଙ୍କୁ ୧୪ ପ୍ରତିଶତ , ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଲୋକପ୍ରିୟତା ରହିଛି ୯ ପ୍ରତିଶତ ।

ସର୍ଭେ ଅନୁସାରେ ଚଳିତ ମାସରେ ଯଦି ନିର୍ବାଚନ ହୁଏ ତେବେ ଆଗରେ ରବିବ ଏନଡିଏ । ୨୮୬ ସିଟ୍ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ । ସେହିଭଳି ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଅନ୍ୟପଟେ ନିକଟରେ ବିହାର ରାଜନୀତିରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ଦଳକୁ ବଡ଼ କ୍ଷତି ସହିବ ପାଇଁ ପଡିବ ବୋଲି ମଧ୍ୟ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧୀ ଦଳ ନେତାଭାବେ ୨୭ ପ୍ରତିଶତ ଲୋକ ସପକ୍ଷରେ ମତ ଦେଇଛନ୍ତି । ମୋଦୀଙ୍କ ବଡ଼ ସଫଳତାଗୁଡ଼ିକ ହେଇଛି କୋଭିଡ ମହାମାରୀର ମୁକାବିଲା ଓ ଧାରା ୩୭୦ ଉଚ୍ଛେଦ । ସେହିପରି ୩୩ ପ୍ରତିଶତ ଲୋକ ଦରଦାମ ବୃଦ୍ଧିଙ୍କୁ ଏବଂ ୨୬ ପ୍ରତିଶତ ବେକାରୀକୁ ତାଙ୍କର ବିଫଳତା ବୋଲି ମତ ଦେଇଛନ୍ତି ।

nis-ad
Leave A Reply

Your email address will not be published.