ଆମିର ‌ଖାନ୍‌ଙ୍କୁ ଆସାମ ନ ଆସିବାକୁ ପରାମର୍ଶ ଦେଲେ ହିମନ୍ତ ବିଶ୍ୱଶର୍ମା

ଗୌହାଟି: ବିବାଦରେ ବଲିଉଡ୍‌ ଷ୍ଟାର ଆମିର ‌ଖାନ୍‌ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା। ଫିଲ୍ମଟିକୁ ନେଇ ଆପତ୍ତି ଉଠିବା ପରେ ଗଣମାଧ୍ୟମରେ ଶିରୋନାମାରେ ରହିଛନ୍ତି ଆମିର। ଫିଲ୍ମକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଆମିରଙ୍କୁ ଲାଗିଛି ଝଟକା। ତାଙ୍କୁ ଏବେ ଆସାମ ଗସ୍ତ ପାଇଁ ମନା ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଏବେ ଆସାମକୁ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି।
ଆସାମରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ `ହର୍‌ ଘର୍‌’ ତ୍ରିରଙ୍ଗା ଅଭିଯାନ ଚାଲିବ। ତେଣୁ ଏହି ସମୟରେ ଆମିର ଖାନ୍‌ଙ୍କୁ ତାଙ୍କ ଆସାମ ଗସ୍ତକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟ ଏକ ତାରିଖରେ ତାଙ୍କୁ ଆସିବାକୁ ଆସାମ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେ‌ଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆମିର ଖାନ୍‌ ଅଗଷ୍ଟ ୧୪ରେ ତାଙ୍କ ମୁଭିର ପ୍ରମୋସନ ପାଇଁ ଗୌହାଟିରେ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ସେ ଅଗଷ୍ଟ ୧୬ରେ ଆସାମ ଆସିବେ ବୋଲି ଚଚ୍ଚର୍ଚ ହେଉଛି। ଯିବା ନେଇ ଚର୍ଚ୍ଚା ହେଉଛି।
ଗଣମାଧ୍ୟମକୁ ସୂଚନା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା କହିଛନ୍ତି, ଆମିର ଖାନ ତାଙ୍କ କାର୍ଯ୍ୟକ୍ରମକୁ ନେଇ ମୋ ସହିତ ଆଲୋଚନା କରିଥିଲେ। ଯେହେତୁ ମୁଁ ବର୍ତ୍ତମାନ ସ୍ୱାଧୀନତା ଦିବସ ପାଳନ ଉପରେ ଫୋକସ କରୁଛନ୍ତି ତେଣୁ ଏହି ସମୟରେ ମୁଁ ଡିଷ୍ଟର୍ବ ହେବାକୁ ଚାହୁଁନାହିଁ। ତେଣୁ ମୁଁ ତାଙ୍କୁ ତାଙ୍କ ଗସ୍ତକୁ ସ୍ଥଗିତ ରଖିବା ପାଇଁ ପରାମର୍ଶ ଦେଇଛି। ସ୍ୱାଧୀନତା ଦିବସ ପରେ ତାଙ୍କୁ ଆସାମ ଆସିବାକୁ ପ୍ରସ୍ତାବ ଦେଇଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଆମିର ଖାନ୍‌ଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଛି। ଆମିର ଖାନ ଆସାମ ଆସିଲେ ତାଙ୍କ ସହିତ ଫିଲ୍ମ ଦେଖିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ନିକଟରେ ଆମିର ‌ଖାନ୍‌ ଆସାମ ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଦେଶ୍ୟରେ ୨୫ ଲକ୍ଷ ଟଙ୍କା ଦାନ କରିଥିଲେ ।
ସୂଚନାଯ୍‌ଗ୍ୟ, ଆମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡା ରିଲିଜ ହୋଇଛି। ଫିଲ୍ମଟିକୁ ନେଇ ଦର୍ଶକଙ୍କ ଠାରୁ ଭିନ୍ନ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ଏହା ଆଶାମୁତାବକ ଫଳ ଦେଇ ନଥିବା ଜଣାପଡ଼ିଛି। ପୁଣି ଫିଲ୍ମଟି ବିରୋଧରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମଳିଛି। ଫିଲ୍ମରେ ଭାରତୀୟ ସେନାକୁ ଅପମାନ କରାଯାଇଥିବା ଅଭିଯୋଗ ଉଠିବା ପରେ ଏହାକୁ ବୟକଟ କରିବାକୁ ସୋଶାଲ ମିଡିଆରେ ପୁଣି ଟ୍ରେଣ୍ଡ ଆରମ୍ଭ ହୋଇଛି।

nis-ad
Leave A Reply

Your email address will not be published.