ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରୁ ମିଳିଲା ୨ ହଜାର ଜୀବନ୍ତ କ୍ୟାଟ୍ରିଜ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ଧରଣର ହମଲା ପାଇଁ ଚାଲିଥିଲା କି ଯୋଜନା? କାରଣ ସ୍ୱାଧୀନତା ଦିବସର ୨ ଦିନ ପୂର୍ବରୁ ଦିଲ୍ଲୀ ପୁଲିସ୍‌କୁ ମିଳିଛି ବିପୁଳ ପରିମାଣର ଜୀବନ୍ତ କ୍ୟାଟ୍ରିଜ୍‌। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ରେଡ୍‌ କରି ପୁଲିସ୍‌ ୨ ହଜାର ଜୀବନ୍ତ କ୍ୟାଟ୍ରିଜ୍‌ ଜବତ କରିଛି। ଏଥିସହ ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ କରିଛି। କ୍ୟାଟ୍ରିଜ୍‌ ବ୍ୟତୀତ ସେମାନଙ୍କ ଠାରୁ ବିପୁର ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଏହି କାରଟୁସ ଗୁଡ଼ିକ ଦୁଇଟି ବ୍ୟାଗରେ ରହିଥିବା ବେଳେ ‌ଇଷ୍ଟ ଦିଲ୍ଲୀ ପୁଲିସର ଗୋଟିଏ ଟିମ ଏହାକୁ ଜବତ କରିଛି।
ଏମାନେ ଚୋରା ବନ୍ଧୁକ ସହ ଗୁଳିଗୋଳା ଚାଲାଣ କାରବାରରେ ସାମିଲ ଥିବା ପୁଲିସ୍‌ କହିଛି। ହେଲେ ଏତେ ପରିମାଣର କ୍ୟାଟ୍ରିଜ୍‌ ସେମାନେ କାହିଁକି ରଖିଥିଲେ ଓ ଏହା କେଉଁଠୁ ଆସିଥିଲା, ତା’ହା ଜଣାପଡ଼ିନି।
ସ୍ୱାଧୀନତା ଦିବସ କିମ୍ବା ଏହା ପୂର୍ବରୁ କୌଣସି ବଡ଼ଧରଣର ହମଲା ପାଇଁ ଏମାନେ ଏତେ ପରିମାଣର ଜୀବନ୍ତ ଗୁଳି ରହୁଥିବା କ୍ୟାଟ୍ରିଜ୍‌ ଆଣି ନଥିଲେ ତ? ଏହି ସବୁ ପ୍ରଶ୍ନକୁ ଆଧାର କରି ଦିଲ୍ଲୀ ପୁଲିସ୍‌ ମଧ୍ୟ ତଦନ୍ତ ଆରମ୍ଭ କରିଛି।
ସ୍ୱାଧୀନତା ଦିବସରେ ଆତଙ୍କବାଦୀମାନେ ଦିଲ୍ଲୀରେ ବଡ଼ଧରଣର ହମଲା କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇ ସାରିଛି। ଏଥିପାଇଁ ସମ୍ବେଦଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯାଉଛି। ଏସବୁ ଭିତରେ ୨ ହଜାର ଜୀବନ୍ତ କ୍ୟାଟ୍ରିଜ୍‌ ମିଳିବା ନୂଆ ଆତଙ୍କ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.