ଅମୃତ ମହୋତ୍ସବ ପରିପେକ୍ଷି ରେ ପ୍ରଭାତ ଫେରି ଓ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ…

.


ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ସହର ମହୋକୁମା ରେ ସ୍ଥାନୀୟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ତତ୍ଵା ଅଭିଧାନ ରେ ଶତାଧିକ ଜନତା ଦେଶ ସ୍ୱାଧୀନ ହେବାର 75 ବର୍ଷର ଅମୃତ ମହୋତ୍ସବର ପରିପେକ୍ଷି ରେ ପ୍ରଭାତ ଫେରି କରି ଶୁଭ କାମନା ସହିତ ହର୍ ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିଶାଳ ରାଲି ନଗର ପରିକ୍ରମା ସହ ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟୀ ଓ ସାଧାରଣ ଜନତା ଙ୍କୁ ୭୫ ତମ ସ୍ବାଧୀନତା ଦିବସ ପାଳନ ସମ୍ପର୍କରେ ସଚେତନତାର ବାର୍ତ୍ତା ସଞ୍ଚରଣ କରିଥିଲେ l ଶତାଧିକ ସଦସ୍ୟ ଉକ୍ତ ଶୋଭାଯାତ୍ରାରେ ସାମିଲ୍ ଉତ୍ତଳନ କରିବା ନିମନ୍ତେ ଶୁଭେଚ୍ଛା ଭରା ସନ୍ଦେଶ ଦେବା ଦେଖିବାକୁ ମିଳିଛି , ଆଜାଦିର ଅମୃତ କାଳରେ ପାଳନ ହେବାକୁ ଯାଉଥିବା ସ୍ଵାଧୀନତା ଦିବସ ବାସ୍ତବିକ ଅତ୍ୟନ୍ତ ରୋମାଞ୍ଚକ ଅନୁଭବ ଦେବ ବୋଲି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି । ଏହି ପ୍ରଭାତ ଫେରି ପରେ ରାଇଘର ସଦର ଆସି ଅମୃତ ମହୋତ୍ସବ ସମସ୍ତଙ୍କ ଘରେ ପାଳନ କରିବାକୁ ସନ୍ଦେଶ ଦେବା ସହିତ ଲୋକଙ୍କ ଭଲ ମନ୍ଦ କଥା ମଧ୍ୟ ବୁଝୁଥିଲେ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏହି 75 ବର୍ଷର ଅମୃତ ମହୋତ୍ସବ ଶୁଭ ଅବସରରେ ରାଇଘର ଓ ଉମରକୋଟ ଅଞ୍ଚଳବାସୀଙ୍କ ଘରେ ଘରେ ସୁଖ, ସମବୃଦ୍ଧି ଓ ସୁସ୍ଥ ଜୀବନ କାମନା କରିଥିଲେ l

nis-ad
Leave A Reply

Your email address will not be published.