ଅଶାନ୍ତ ଜଗଦଳପୁର : ଜିଲ୍ଲାପରିଷଦ ସ୍ୱାମୀଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିବା କୁ ନେଇ ଅଭିଯୋଗ…

କୁହୁଳୁଛି ପାଉଁଶ ତଳର ନିଆଁ…!

ବ୍ରହ୍ମପୁର : କିଛି ଦିନ ହେଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ରେ ଅଶାନ୍ତି ଲାଗି ରହିଛି l ହୁଏତ ଏହା ରାଜନୈତିକ ଶତ୍ରୁତା ଆଜି କୁହୁଳୁଛି କହିଲେ କିଛି ଭୁଲ ହେବ ନାହିଁ l ଗ୍ରାମରେ ଦେଖା ଦେଇଛି ଅଶାନ୍ତି ସୂଚନା ଥାଉକି ଗତ ୨୭ ତାରଖ ରେ ମନ୍ଦିର ଟ୍ରଷ୍ଟ କୁ ନେଇ ଗ୍ରାମର ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ପରବର୍ତ୍ତୀ ମୁହଁର୍ତ୍ତ ରେ ହାତା ହାତି ହୋଇଥିବା କୁ ନେଇ ସ୍ଥାନୀୟ ସଦର ଥାନାରେ ଅଭିଯୋଗ ହୋଇଥିଲା, ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗ କୁ ଭିତ୍ତି କରି ୨ ଟି ମାମଲା ପଞ୍ଜିକୃତ ହୋଇଥିବା ସୂଚନା ରହିଛି, ଯାହାକି ଉଭୟ ପକ୍ଷରୁ କେସ ନୁମ୍ବର ୩୩0 ରେ ୧0 ଜଣକୁ ପୋଲିସ କୋର୍ଟ ଚାଲାଣ କରିଥିଲା କିନ୍ତୁ ବେଲ ରେ ଆସିବା ପରେ କିଛି ଦୃବୁତ୍ତ ପି. ବିଶ୍ୱନାଥ ପାତ୍ର ଙ୍କ ଗୋଟିଏ ଠେଲା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଯାହାକୁ ନେଇ ବିଶ୍ୱନାଥ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯାହାକି କେସ ନୁମ୍ବର ୩୩୫ / ୨0୨୨ ପଞ୍ଜିକରଣ ହୋଇଛି ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି l ଅନୁସନ୍ଧାନ ରୁ ଜଣା ପଡୁଛି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏହି ପରି ଛକା ପାଞ୍ଝା ଲାଗି ରହିଛି ଯାହାକି ଆଜି ପୁଣି ଥରେ ହିଂସା ର ରୂପେ ନେଇଛି ସୂଚନା ମୁତାବକ ସଦର ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମନିକଟରେ ଥିବା ଠାକୁ ରାଣୀ ମନ୍ଦିର ସମ୍ମୁଖରେ ବର୍ତ୍ତମାନର ସରପଞ୍ଚଙ୍କ ସମର୍ଥକ ମାନେ ଜିଲ୍ଲା ପରିଷଦ ସଦସ୍ୟଙ୍କ ସ୍ଵାମୀ ସୁରେଶ ନାୟକ ଙ୍କୁ ଗାଳିଗୁଳଜ କରିବା ସହ ମାଡ଼ ମାରିଥିବା କୁ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ବର୍ତ୍ତମାନର ଜିଲ୍ଲାପରିଷଦଙ୍କ ସ୍ୱାମୀ ସୁରେଶ ନାୟକ ଜଗଦଲପୁର ଗ୍ରାମନିକଟ ଦେଇ ଘରକୁ ଫେରୁଥିବା ବେଳେ ଠାକୁ ରାଣୀ ମନ୍ଦିର ନିକଟରେ କେ. ଅମିତ,ଏସ.ପ୍ରଦୀବ ପାତ୍ର, ସିଏଚ ଅମିତ ,ଏଲ.ଓମ ପାତ୍ର ,ସୁମୀତ ପାତ୍ର, ଶ୍ରୀତମ, ଧୀରେନ ଦାସ, କେ. ତ୍ରିନାଥ ପାତ୍ରଙ୍କ ସମେତ ଅନ୍ୟ କିଛି ସହଯୋଗୀ ମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁରେଶଙ୍କୁ ମାଡ଼ ମାରିଥିଲେ ବୋଲି ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । କେ .ତ୍ରିନାଥ ବର୍ତ୍ତମାନ ସରପଞ୍ଚଙ୍କ ସମର୍ଥକ ବୋଲି ସେ ସୁରେଶଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ଜଣାପଡ଼ିଛି । ପୂର୍ବରୁ ଅର୍ଥାତ ଗତ ୨୭ତାରିଖରେ ଜଗଦଳପୁର ଗ୍ରାମରେ ନୀଳକଣ୍ଠେଶ୍ୱର ଶିବମନ୍ଦିର ନୂତନ ପରିଚାଳନା କମିଟି ଗଠନ ବେଳେ ରାଜନୀତିକ ଶତ୍ରୁତା କୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ପରେ ମାରପିଟ ହୋଇ ୫ ଜଣ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ,ଥାନାଅଧିକାରୀ ମହେନ୍ଦ୍ର ସାହୁ ଓ ଥାନା କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠେଇବା ବ୍ୟବସ୍ଥା କରିବା ସହ ପରିସ୍ଥିତିକୁ ଆୟତ କରିଥିଲେ । ପରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।ସେହି ଅଭିଯୋଗକୁ ପୁଲିସ ତଦନ୍ତ କରି ଉଭୟ ଗୋଷ୍ଠୀର ୧୦ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l କିଛି ଅଭିଯୁକ୍ତ ଜେଲ ରୁ ବାହାରିବା ପରେ ଗୋଟିଏ ଠେଲା ଗାଡି କୁ ବିଳମ୍ବିତ ରାତି ରେ ନିଆଁ ଲଗାଇଥିବା ଘଟଣା କୁ ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହିଁ, ରାଜନୈତିକ ଛତ୍ର ଛାୟା ତଳେ ରହି ପୋଲିସ କୁ ହାତ ବାରିଶି ରୂପେ ବ୍ୟବହାର କରି ଗାଁ ରେ ଅଶାନ୍ତି ଘଟୁଥିବା କୁ ନେଇ ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ମତ ରଖିଛନ୍ତି l ପୋଲିସ ତୁରନ୍ତ କଠୋର ପଦକ୍ଷେପ ନେବାକୁ ଦାବୀ ହୋଇଛି ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନନେଲେ ପାଉଁଶ ତଳର ନିଆଁ ଭଳି କେତେବେଳେ କଣ ବି ଅଘଟଣ ଘଟି ପାରେ..

nis-ad
Leave A Reply

Your email address will not be published.