ଭିଜିଲାନ୍ସ ଜାଲରେ ଅଚ୍ୟୁତପୁର ଆର୍‌ଆଇ

ନିରାକାରପୁର: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ଶବର ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଦେଉଳି ଗ୍ରାମର ଜଣେ ଯୁବକଙ୍କଠାରୁ ପଟ୍ଟା କରାଇ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୁବକ ଜଣକ ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଯନା ମୁତାବକ ଯୁବକ ଜଣକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଯଗିରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିବା ସହ ୮ ହଜାର ଲାଞ୍ଚ ଟଙ୍କା ଜବତ କରଛିି। ପରେ ତାଙ୍କ ବାଣପୁର ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି।

nis-ad
Leave A Reply

Your email address will not be published.