ବ୍ରହ୍ମପୁର ପୋଲିସ ଓ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା : ଆଳୁ ଖୋଳୁ ଖୋଳୁ ମହାଦେବ…

ପୁଳା ପୁଳା ଟଙ୍କା ସହ ସୁନା ବିସ୍କୁଟ ଜବତ…

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ବିଭାଗ ଓ ପୋଲିସ ହାତରେ ଧରା ପଡିଛି ଦୁଇ କିଲୋଗ୍ରାମ ଦୁଇଶହ ଗ୍ରାମ ର ସୁନା ବିସ୍କୁଟ ସହ ଏକ କୋଟି ଏକୋଇଶ ଲକ୍ଷ ଟଙ୍କା l କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅପରାହ୍ନ ସମୟରେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ବି ଏନ ପୁର ପୋଲିସ ଦ୍ୱାରା ଯାଞ୍ଚ ଚାଲିଥିଲା। ଏପଟେ ଚୋରା ଗଞ୍ଜେଇ ଚାଲାଣ କାରି କୁ ଧରିବା ଓ ଗଞ୍ଜାଇ ଜବତ ପାଇଁ ବ୍ରହ୍ମପୁର ଅବକାରୀ ପୋଲିସ ଛକି ବସିଥିଲା। ଏହି ସମୟରେ ଏକ ବସ ରୁ ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ କରି ଅବକାରୀ ପୋଲିସ ତାକୁ ଯାଞ୍ଚ କରିବା ସମୟରେ ତାଠାରୁ ଏକବ୍ୟାଗରୁ ନଗଦ ୧ କୋଟି ୨୧ ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଥିଲା l ଏନେଇ ଅବକାରି ବିଭାଗ ପକ୍ଷରୁ ସ୍ଥାନୀୟ ବୈଦ୍ୟନାଥପୁର ଥାନାକୁ ସୂଚନା ଦିଆଯାଇଥିଲା l ଥାନା ପକ୍ଷରୁ ତଦନ୍ତ ବେଳେ ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ର ର ସାଙ୍ଗଲି ଜିଲ୍ଲାର ଦଶରଥ ସାହୁକାର ବୋଲି ଜଣାପଡିଛି l ସେ କଟକରେ ବ୍ୟବସାୟ ଉଦେଶ୍ୟରେ ବ୍ରହପୁର ଗାର୍ମେଣ୍ଟ କିଣିବା ଲାଗି ଟଙ୍କା ଆଣିଥିବା ପୋଲିସ ଆଗରେ ସଫେଇ ଦେଇଥିଲା l ପୋଲିସ କୁ ଅଧିକ ସନ୍ଧେହ ହେବାଯୋଗୁ ଅଧିକ ତଦନ୍ତ ବେଳେ ବ୍ରହ୍ମପୁରର ଆନନ୍ଦ ଜୁଏଲର ମାଲିକ ଆନନ୍ଦ ସୁବୁଦ୍ଧି ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ l ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବାରୁ ଆନନ୍ଦ ସୁବୁଦ୍ଧି କୁ ତଦନ୍ତ ପରିସର ଭୁକ୍ତ କରି ଯାଞ୍ଚ ବେଳେ ୨ କିଲୋ ୨୦୦ ଗ୍ରାମ୍ ର ୨୩ ଗୋଟି ସୁନା ବିସ୍କୁଟ ଜବତ କରିଛି ପୋଲିସ l ଯାଞ୍ଚ ବେଳେ ଏହାକୁ ନେଇ କୌଣସି ଦସ୍ତାବିଜ ନଥିବା ଯୋଗୁଁ ସମସ୍ତ ସୁନା ଓ ଟଙ୍କାଙ୍କୁ ଜବତ କରିଛି ପୋଲିସ l ଏହା ସହ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ଆନନ୍ଦ ସୁବୁଦ୍ଧି ଓ ଦଶରଥ ସାହୁକାରଙ୍କୁ ଅଟକ ରଖାଯାଇ ଆୟାକର ବିଭାଗ କୁ ହସ୍ତାନ୍ତର କରିଛି ବ୍ରହ୍ମପୁର ପୋଲିସ l ଆୟାକର ବିଭାଗର ତଦନ୍ତ ପରେ ଏହି ଘଟଣାର ସତ୍ୟତା ଜଣା ପଡିବ ବୋଲି ବ୍ରହ୍ମପୁର ଏସ.ପି. ସର୍ବଣା ବିବେକ ଏମ. ଗଣମାଧ୍ୟାମକୁ ସୂଚନା ଦେଇଛନ୍ତି l ବର୍ତ୍ତମାନ ବ୍ରହ୍ମପୁର ସୁନା ବ୍ୟବସାୟୀ ଙ୍କ ଗହଣରେ କକୁଆ ଭୟ ଖେଳି ଯାଇଛି l ତଦନ୍ତ ପରେ ଅନେକ କିଛି ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି

nis-ad
Leave A Reply

Your email address will not be published.