ଡାକଘର ଘରୋଇକରଣ ପ୍ରତିବାଦ ଓ ୨୦ ଦଫା ଦାବିରେ ଡାକ କର୍ମଚାରୀଙ୍କ ଧାରଣା..

ମାଲକାନଗିରି : ମାଲକାନଗିରି ମୁଖ୍ୟ ଡାକଘର ସମ୍ମୁଖରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ ଡାକ କର୍ମଚାରି ସମୂହ ସରକାରଙ୍କ ଡାକଘରକୁ ଘେରେଇକରଣ କୁ ବିରୋଧ ଓ ୨୦ଦଫା ପୂରଣ ଦାବିରେ ଏକ ଦିବସୀୟ ଧାରଣା ଦେଇଛନ୍ତି । ମୁଖ୍ୟ ପୋଷ୍ଟାଲ ଆସିଷ୍ଟାଣ୍ଡ ଶ୍ରୀ ନିରଞ୍ଜନ କୁମାର ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ଡାକଘର କୁ ଘରୋଇକରଣ ଓ ନିଗମ ହାତକୁ ଟେକିଦେବା ସହ ଡାକଘର ର ସମସ୍ତ ଯୋଜନା ଗୁଡିକର ଘରୋଇ କମ୍ପାନୀ ହାତରେ ଦେବାକୁ ଯାଉଛନ୍ତି । ଯାହାକି ଡାକଘର ଓ ଗରିବ ଜନସାଧାରଣଙ୍କ ହିତରେ ନୁହେଁ । ଦୀର୍ଘବର୍ଷ ଧରି ଡାକଘର ଭାରତର ପୁରପଲ୍ଲୀରେ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସିବା ସହ ଗରିବ ଗ୍ରାମବାସୀଙ୍କ ସୁଖଦୁଃଖର ସାଥି ରହିଆସିଛି । ବର୍ତ୍ତମାନ କେନ୍ଦ୍ର ସରକାର ନିଜ ହିତସାଧନ ନିମନ୍ତେ ଡାକଘରକୁ ନିଗମ ବା ଘରୋଇ କରଣ କରିବା ଦ୍ୱାରା ସେମାନଙ୍କ ମନମୁତାବକ କର୍ମଚାରୀଙ୍କ ସହ ଉପୋଭକ୍ତା ବହୁତ କ୍ଷତି ସହିବେ । ସମୁଚିତ ସ୍ୱାର୍ଥ ରକ୍ଷା ପାଇଁ ଆଜି ଆମର ସମସ୍ତ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ପ୍ରତିବାଦରେ ଗୋଟିଏ ଦିନ କାର୍ଯ୍ୟବନ୍ଦ କରିବା ସହ ଆନ୍ଦୋଳନ କରିଅଛୁ । ଏହି ଆନ୍ଦୋଳନ ରେ ସୁଜିତ ପଣ୍ଡା, ରଞ୍ଜନ ପ୍ରଧାନ,ବାଦଲ ମଣ୍ଡଳ,ଆରତୀ ପାଣିଗ୍ରାହୀ,ଦୁର୍ଯ୍ୟୋଧନ ବାଙ୍କିଆ, ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.