ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବ ସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗ୍ରାମବାସୀ ପକ୍ଷରୁ ମନୋଜ କୁମାର ଦଳବେହେରା ଏବଂ ବରିଷ୍ଠ ଆଇନଜୀବୀ ତଥା ପ୍ରେସ କ୍ଳବ ଉପସଭାପତି ସତ୍ୟ ନାରାୟଣ ବେହେରାଙ୍କ ଜରିଆରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଦିଆଯାଇଛି।ଯାହା ଲିଖିତ ଅଭିଯୋଗ ରହିଛି ଚକାପାଦ ତହସିଲ ଅନ୍ତର୍ଗତ କୁସୁମେଣ୍ଢି ମୌଜାର କୁସୁମେଣି ଛକଠାରୁ କାମନା ଘର ଦେଇ ଯାଇଥିବା ସର୍ବସାଧାରଣ ରାସ୍ତାକୁ କେତେଜ ଖଳ ପ୍ରକୃତିର ଲୋକମାନେ ରାସ୍ତା ଉପରେ ବାଡ଼ ଏବଂ ଘର ତିଆରି କରିଅଛନ୍ତି । ଯାହା ଫଳରେ ରାସ୍ତା ଉପରେ ପାଣି ଜମି ରହୁଛି ।ସେହିବାଟେ ଯିବା ପାଇଁ କୌଣସି ତିନି ଚକିଆ ଯଥା- ଟେମ୍ପୁ ଇତ୍ୟାଦି କିମ୍ବା ଚାରି ଚକିଆ ଗାଡ଼ି ଯଥା- କାର, ଆମ୍ବୁଲାନ୍ସ ଇତ୍ୟାଦି ରାସ୍ତା ଅବରୋଧ କରିବା ଫଳରେ ଯାଇପାରୁନାହିଁ ତେଣୁ ସେହି ବାଟ ଦେଇ ଯିବା ସମୟରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଫଳରେ ଯଦି କୌଣସି ବ୍ୟକ୍ତିଙ୍କର ଦେହ ଖରାପ ହୁଏ ତେବେ ଆମ୍ବୁଲାନ୍ସ କିମ୍ବା ଅଟୋ ଯିବାପାଇଁ ଯିବାକୁ ରାସ୍ତା ନାହିଁ । ରୋଗୀକୁ ମେଡ଼ିକାଲ ନେବାକୁ ହେଲେ ମୁଖ୍ୟ ରାସ୍ତା ଉପରକୁ ବୋହି ଆଣିଲା ପରେ ଅଟୋ କିମ୍ବା ଆମ୍ବୁଲାନ୍ସରେ ହିଁ ମେଡ଼ିକାଲ ଯାଇପାରିବ ।ସେହିପରି ଝାମୁଯାତ୍ରା ସମୟରେ କାମନା ଘରକୁ ଠାକୁର ଆସିବା ସମୟରେ ବହୁତ ଅସୁବିଧା ହେଉଛି । କୁସୁମେଣ୍ଡି ଗ୍ରାମ୍ୟ ମ୍ୟାପ୍ ଅନୁସାରେ ଆଗରୁ ଯେତିକ ସର୍ବ ସାଧାରଣଲୋକମାନେ ଯିବା ଆସିବା ପାଇଁ ରାସ୍ତା ଥିଲା ତାହା ଡ଼ିମାରକେସନ୍ କରାଯାଇ ସେତିକି ବାହାର କରାଯାଉ ଏବଂ ଯେଉଁମାନେ ବାଡ଼ ଏବଂ ଘର କରି ରାସ୍ତାକୁ ଅବରୋଧ କରିଛନ୍ତି ସେଗୁଡ଼ିକୁ ଉଚ୍ଛେଦ କରାଯାଇ ତାହା ବର୍ତମାନ ସର୍ବସାଧାରଣ ରାସ୍ତା କରାଯାଉ ବୋଲି ଦାବି ହୋଇଛି। ପ୍ରକାଶଥାଉକି ଯଦି ଭବିଷ୍ୟତରେ ସରକାରଙ୍କ ତରଫରୁ ରାସ୍ତା ହୁଏ ତାହେଲେ ସେତେବେଳେ ଡ଼ିମାରଵେସନ୍ କରି ଅବରୋଧ କରିଥିବା ଜାଗା ବାହାର କରି ରାସ୍ତା କରାଯାଉ । ଅବରୋଧ କରିଥିବା ଉପରୋକ୍ତ ରାସ୍ତାକୁ ଖଳ ପ୍ରକୃତିର ଲୋକଙ୍କଠାରୁ ଉଚ୍ଛେଦ କରି ତାହା ବର୍ତମାନ ସର୍ବସାଧାରଣ ବ୍ୟବହାର ନିମନ୍ତେ ଦିଆଗଲେ ସର୍ବସାଧାରଣ ଜନତା ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.