ସାଂସଦ ସସ୍ମିତ ପାତ୍ର ହେଲେ କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହେଲେ । ପୂର୍ବରୁ ଆଇନ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି ।

ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ୨ୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୮ରେ ସସ୍ମତିଙ୍କ କାର୍ଯ୍ୟକାଳ ସରିବ ।

ତେବେ ଗତ କିଛି ଦିନ ତଳେ ସସ୍ମତି ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ତାଙ୍କୁ ମିଳିଥିଲେ ଏକ ଗୁରୁଦାୟିତ୍ୱ । ସେ ଆଇନ୍‌ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଥିଲେ । ଆଉ ଏବେ କୋଇଲା ଓ ଖଣି ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି ।

nis-ad
Leave A Reply

Your email address will not be published.