ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ପାଳନ

ଦାରିଙ୍ଗବାଡ଼ି (୯/୮) : ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ମହିଳା ଜିଲ୍ଲା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱରେ “ସ୍ୱାଧୀନତାର ଗୌରବ ଯାତ୍ରା” ପାଳନ ହୋଇଯାଇଛି । ଦେଶ ସ୍ଵାଧୀନ ହୋଇ ୭୫ ବର୍ଷ ହୋଇଥିବା ବେଳେ କଂଗ୍ରେସ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ୬ ଦିନ ଧରି ପଦ ଯାତ୍ରା ଆରମ୍ଭ କରିଛି । ଦାରିଙ୍ଗବାଡ଼ି ମହିଳା କଂଗ୍ରେସ ଏବଂ ବ୍ଲକ କଂଗ୍ରେସ ଆଜି ଶିବ ମନ୍ଦିର ପ୍ରାଙ୍ଗଣରୁ ତିନି ଛକ ଏବଂ ବ୍ଲକ ରାସ୍ତା ଦେଇ ବସଷ୍ଟାଣ୍ଡ ଯାଇ ଚାରି ଛକ ପର୍ଯ୍ୟନ୍ତ ପଦଯାତ୍ରା କରି ତ୍ୟାଗ ଓ ବଳିଦାନର ୭୫ ବର୍ଷ ବିତିଯାଇଥିବା ମନେ ପକାଇ ସ୍ୱାଧୀନତା ସଂଗ୍ରାମୀ ମାନେ ଅମର ରହେ କହି ବିଭିନ୍ନ ନାରା ଦେଇ ବଜାର ପରିକ୍ରମା କରିଥିଲେ। ସ୍ଵାଧୀନତାର ଗୌରବ ଯାତ୍ରାରେ ଜିଲ୍ଲା ପ୍ରଭାରୀ କୁମାର ଚିରିଞ୍ଜିବି , ଜିଲ୍ଲା ସଭାପତି ଅନାମ ନାୟକ, ପିସିସି ଜିଲ୍ଲା ସମ୍ପାଦକ ଚନ୍ଦ୍ର ପରିଡ଼ା, ବ୍ଲକ ନିର୍ବାଚନ ପର୍ଯ୍ୟବେକ୍ଷକ ରଜତ କୁମାର ମହାନ୍ତି , ଜିଲ୍ଲା ଯୁବ ସଭାପତି ବସନ୍ତ କୁମାର ପାଢୀ, ଯୁବ ସମ୍ପାଦକ ଅଭିଷେକ ନାୟକ, ପୂର୍ବତନ ବିଧାୟକ ଅଜୟନ୍ତି ପ୍ରଧାନ, ଅଭି ବେହେରା , ପୂର୍ବତନ ଏମପି ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ଏମ୍ଏଲଏ ପ୍ରାର୍ଥୀ ତଥା ଶିର୍କାବର୍ଗ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ, ଦାରିଙ୍ଗବାଡ଼ି ସମିତି ସଭ୍ୟ କାଳି ପ୍ରସାଦ ମଲିକ, ବିଳାସିନି ନାୟକ , ବ୍ଲକ ସଭାପତି ପ୍ରଦୀପ ନାୟକ, ବିଦ୍ୟାଧର ମଳିକ, ଚକ୍ରଧର ମଲିକ, ତିଆଡ଼ି ନାୟକ, ନମିତା ପରିଡ଼ା,ରେସ୍ମା ମଲିକ, ସୁଶୀଳା ନାୟକଙ୍କ ସମେତ ମହିଳା କଂଗ୍ରେସ ସହ ବ୍ଲକ କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ଥିଲେ।

nis-ad
Leave A Reply

Your email address will not be published.