ଗୁଟଖା କାରବାରର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁ ଗିରଫ

ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଗୁରୁମୂର୍ତ୍ତିପେଣ୍ଠ ଓ ସୁକୁଣ୍ଡା ଅଞ୍ଚଳରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ କରି ଉକ୍ତ ମାମଲାରେ ସଂପୃକ୍ତ ଥିବା ମ୍ୟାନେଜର ଟୁକୁନା ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଗଣପତି ନଗର ଗୁଟଖା କାରବାର ର କିଙ୍ଗପିନ୍ ନାରାୟଣ ସାହୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏଠାରେ ସୂଚନା ଥାଉକି ନାରାୟଣ ପୂର୍ବରୁ ୨୦୨୧ ମସିହା ଅଗଷ୍ଟ ମାସରେ ବେଆଇନ ଓ ନକଲି ଗୁଟଖା ପ୍ରସ୍ତୁତ କରୁଥିବା ଅଭିଯୋଗରେ ବଡ଼ ବଜାର ପୁଲିସ ଦ୍ୱାରା ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିଲେ ।
ପ୍ରକାଶଥାଉକି, କୌଣସି ବିଶେଷ ସୂତ୍ରରୁ ପାଇଁ ବେଆଇନ ଗୁଟଖା କାରବାର ବିଷୟରେ ସୂଚନା ମିଳିବା ପରେ ଶନିବାର ଦିନ ବଡ଼ ବଜାର ଥାନା ପୁଲିସ ପ୍ରଥମେ ଗଣେଶ ମାର୍କେଟ ନିକଟ ବିନାୟକ ଭବନରେ ଚଢ଼ାଉ କରିଥିଲା । ସେଠାକୁ କିଛି ପରିମାଣରେ ଗୁଟଖା ଜବତ ସହ ଟୁକୁନା ସାହୁକୁ ଥାନାରେ ଅଟକ ରଖି ପୁଲିସ ତଥ୍ୟ ହାସଲ କରିଥିଲା । ଗୁରୁମୂର୍ତ୍ତିପେଣ୍ଠ ସାହି ଓ ସୁକୁଣ୍ଡାରେ ଗୁଟଖା ପ୍ରସ୍ତୁତ ହେଉଥିବା ଟୁକୁନାଙ୍କ ଠାରୁ ପୁଲିସ ତଥ୍ୟ ହାସଲ କରିବା ପରେ ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେଏସଆଇ ରଞ୍ଜିତ କୁମାର ଦାସଙ୍କ ସମେତ ବହୁ ପୁଲିସ କର୍ମଚାରୀ ଉକ୍ତ କାରଖାନାରେ ଚଢଉ କରିଥିଲେ । ଏହି ସ୍ଥାନରୁ ୭୮୦ କିଲୋ ଗୁଟଖା ସହ ବିପୁଳ କଞ୍ଚାମାଲା ଓ ମେସିନ ଜବତ କରିଥିଲା । ଆଜିମୁଖ୍ୟ ଅଭିଯୁକ୍ତ ନାରାୟଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୧୦ଲକ୍ଷ ଟଙ୍କା ଜମା ଥିବା ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ କରିଛି ପୁଲିସ । ଏହାକୁ ଭିତ୍ତିକରି ପୂର୍ବରୁ ଅଭିଯୁକ୍ତ ନାରୟଣ ସାହୁକୁ ବଡବଜ଼ାର କେସ ନମ୍ବର 122 ତାରିଖ 3/8/2019 ରେ U/s 420 /272 /263/188/34ipc / R/w sec 20 ରେ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଯାହାକି ଵିଜ୍ଞାପନ ନିଷେଧ ଏବଂ ବାଣିଜ୍ୟ ଓ ବାଣିଜ୍ୟ ନିୟନ୍ତ୍ରଣ, ଉତ୍ପାଦନ, ଯୋଗାଣ ଏବଂ ବଣ୍ଟନ ଅଧିନିୟମ ଅନୁଯାଇ ଅଭୁଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l ଗତ 06/08/2022 ରେ ଚଢ଼ାଉ କୁ ଭିତ୍ତି କରି ବଡବଜ଼ାର PS କେସ ନୁମ୍ବର 200/ ତାରିଖ 6/8/2022 u/s 420/272/273/ 34 ipc R/W ସେକ୍ସସନ cotpa ଆକ୍ଟ 2003/ ସେକ୍ସନ 20, ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ 2006 ର 51/52/53/56/57/59/63 ଧାରାରେ ଆଜି ମୁଖ୍ୟ ଅଭିଯୁକ୍ତ ନାରାୟଣ ସହୁକୁ(55) ବଡ ବଜାର ପୋଲିସ କୋର୍ଟ ଚାଲାଣ କରିଛି

nis-ad
Leave A Reply

Your email address will not be published.