ଫୁଲୁଛି ସାବେରୀ ନଦୀ, ବନ୍ୟା ଆଶଂକା

ମାଲକାନଗିରି : ଫୁଲୁଛି ସାବେରୀ ନଦୀ । ପ୍ରବଳ ବର୍ଷାରେ ବେହାଲ ହେବାରେ ଲାଗିଛି ସ୍ୱାଭିମାନ ଅଞ୍ଚଳ ମାଲକାନଗିରି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲିବାରେ ଲାଗିଛି ସାବେରୀ ନଦୀ ଓ ତାର ଅନ୍ୟାନ୍ୟ ଶାଖା ନଦୀ । ମାଲକାନଗିରିରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା କାରଣରୁ ଅନେକ ରାସ୍ତା ଜଳମଗ୍ନ ହୋଇଯାଇଛି ।

ମାଲକାନଗିରି ଦେଇ ଛତିଶଗଡ, ଏକପ୍ରକାର ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
କେବଳ ମାଲକାନଗିରି ଜିଲ୍ଲା ନୁହେଁ କୋରାପୁଟ୍ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆକଳନ କରାଯାଇଛି । ଖପରା ପୋଲ ଉପରେ ୫ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ମାଲକାନଗିରି ସହ ସୁକୁମାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହାସହିତ ସୁକୁମା ଜିଲ୍ଲା ସଦର ମହକୁମାରେ ବନ୍ୟା ଆଶଂକା ଦେଖାଦେଇଛି । ଯାହାକୁ ନେଇ ହାଇ ଆଲର୍ଟ ଜାରି କରିଛି ସୁକୁମା ପ୍ରଶାସନ |

nis-ad
Leave A Reply

Your email address will not be published.