ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଦରମା ନଦେଇ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ

ଫୁଲବାଣୀ : ଆଜି ସୋମବାର କନ୍ଧମାଳ ଜିଲ୍ଲାର ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକା ଏକଜୁଟ ହୋଇ ଫୁଲବାଣୀ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲବାଣୀ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ସହିତ ଏହାର ନକଲ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଯାହା ଲିଖିତ ଅଭିଯୋଗ ରହିଛି ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟ ୧୯୮୦-୮୧ ମସିହାରୁ ସରକାରଙ୍କ ଅନୁମତି ପ୍ରକାରେ ପ୍ରାଥମିକ ବିଦ୍ୟାଳୟର ଜାଗା ଉପରେ ଅଦ୍ୟାବଧି ଚାଲି ଆସୁଥିଲା କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଅନୁସୂୟା ଆଚାର୍ଯ୍ୟ ଗତ ୨୦୨୦ ମସିହାରେ ପ୍ରଥମ ଶ୍ରେଣୀ, ୨୦୨୧ ମସିହାରେ ଦ୍ଵିତୀୟ ଶ୍ରେଣୀ, ୨୦୨୨ ମସିହାରେ ତୃତୀୟ ଶ୍ରେଣୀକୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଛନ୍ତି । ଚଳିତ ବର୍ଷ ଚତୁର୍ଥ ଏବଂ ପଂଚମ ଶ୍ରେଣୀ ବନ୍ଦ କରିବାକୁ ଆମ ଅଭିଭାବକମାନଙ୍କୁ ଡକାଇ ଧମକ ଦେବାରୁ ଆମେ ବାଧ୍ୟ ହୋଇ ପୂର୍ବତନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ | ପୂର୍ବତନ ଜିଲ୍ଲାପାଳ ମହୋଦୟା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଡକାଇ ପ୍ରାଥମିକ ବିଦ୍ୟାଳୟ ଯେପରି ପୂର୍ବବତ ସୁଚାରୁ ରୂପେ ଚାଲିବ ତାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ମହୋଦୟାଙ୍କ ଆଦେଶ ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ ମହୋଦୟ ପ୍ରାଥମିକ ବିଦ୍ୟାଳୟ ନିର୍ମିତ ଗଠନ ହୋଇଥିବା ନୂତନ କମିଟିକୁ ଅନୁମୋଦନ କରିବା ତଥା ବିଦ୍ୟାଳୟକୁ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଆବେଦନ କରିବା ପାଇଁ କମିଟିର ସମ୍ପାଦକ ଶ୍ରୀ ବିଜୟ କୁମାର ମହାନ୍ତିଙ୍କୁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଗତ ତା.୧୦,୦୫,୨୦୨୨ରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖତ ଭାବେ କମିଟି ତରଫରୁ ଆବେଦନ କରାଯାଇଅଛି । ପୁନର୍ବାର ଜିଲ୍ଲାପାଳ ମହୋଦୟ ତା.୦୨.୦୬.୨୦୨୨ ରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କମିଟି ଅନୁମୋଦନ ଓ ବିଦ୍ୟାଳୟକୁ ଅନୁମତି ପ୍ରଦାନ ନିମନ୍ତେ ଜଣାଇଥିଲେ । ଗତ ତା,୦୮,୦୭.୦୨୨ରିଖ ଦିନ ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ବିଷୟରେ ପୁନର୍ବାର ନୂତନ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ତା.୧୫.୦୭.୨୦୨୨ ରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ପୁନର୍ବାର ପ୍ରାଥମିକ ବିଦ୍ୟାଳୟ ପରିଚାଳନା ନିମନ୍ତେ ନୂତନ କମିଟିକୁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ତାହା ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ ।
ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଆଚାର୍ଯ୍ୟ ମହୋଦୟା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଚାରିମାସ ହେବ ଦରମା ନଦେଇ ଧମକ ଚମକ ଦେଇ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ଅଭିଭାବକ ମାନଙ୍କୁ ଡକାଇ ଗତ ତା.୦୫,୦୮.୨୦୨୨ ରିଖ ଦିନ ଧମକ ଦେବା ସହିତ ମାସିକ ଦେୟ ୨୦୦ ଟଙ୍କା ଦେବା ପାଇଁ ବାଧ୍ୟ କରୁଛନ୍ତି । ଜଣେ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଇଥିଲେ ମଧ୍ୟ ସେ କେଉଁ ଆଇନ୍ ଓ କାହା ଅନୁମତି ବଳରେ ଦୀର୍ଘ ବର୍ଷ ଧରି ଏକ ବେସରକାରୀ ପ୍ରାଥମିକ ବିଦ୍ୟାଳୟକୁ ତାଙ୍କ ଅଧିନରେ ରଖି ଟଙ୍କା ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ନ୍ୟାୟସଙ୍ଗତ ଓ ଆଇନ୍ ସମ୍ମତ ଆମେ ଜାଣିବାକୁ ଚାହୁଁଛୁ ବୋଲି ଅଭିଯୋଗ ହୋଇଛି । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ଉପଯୁକ୍ତ ତଦନ୍ତ ପୂର୍ବକ ଏଭଳି ଏକ ଦିବ୍ୟ ଅନୁଷ୍ଠାନକୁ ନ୍ୟାୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରାଥମିକ ବିଦ୍ୟାଳୟଟିକୁ ଅନୁମତି ପ୍ରଦାନ ସହ ଏହାର ପରିଚାଳନା କମିଟିକୁ ଅନୁମୋଦନ ଦେବା ପାଇଁ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମସ୍ତ ଅଭିଭାବିକା ଅଭିଭାବକ ଅନୁରୋଧ କରିଛନ୍ତି । ନଚେତ ଆଗାମୀ ଦିନରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.