ସିବିଆଇ ସମନ କରିଥିବା ଟିଏମସି ନେତାଙ୍କୁ ଲୋକେ ‘ଚୋର ଚୋର’ କହି ଚିଲାଇଲେ

କୋଲକାତା: ଟିଏମସି ନେତାମନ୍ତ୍ରୀଙ୍କର ଚାଳିଛି ଶନିଦଶା। ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ଜଣକ ପରେ ଜଣେ ନେତା ମନ୍ତ୍ରୀ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜାଲରେ ପଡ଼ୁଛନ୍ତି। ନିକଟରେ ଇଡି ଜାଲରେ ପାର୍ଥ ଚାଟାର୍ଜୀ ଫସି ଗିରଫ ହୋଇଥିବା ବେଳେ ଏବେ ଆଉ ଜଣେ ଟିଏମସି ନେତା ଅନୁବ୍ରାତ ମଣ୍ଡଳ ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ବେଆଇନ ଗୋ ଚାଲାଣ ସ୍କାମରେ ଅନୁବ୍ରାତଙ୍କୁ ସିବିଆଇ ସମନ କରିଛି। ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସିବିଆଇରେ ସେ ହାଜର ହୋଇ ନାହାନ୍ତି। ତେବେ ଅନୁବ୍ରାତ ଗତକାଲି କୋଲକାତାର ଏସଏସକେମ ହସପିଟାଲରେ ଭର୍ତ୍ତି ହୋଇଥିଲା ବେଳେ ଏକ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଥିଲା। ଲୋକେ ତାଙ୍କୁ ଦେଖି ‘ଚୋର ଚୋର’ କହି ଚିଲାଇଥିଲେ। ଟିଏମସିର ବିରଭୂମ ଜିଲ୍ଲାର ସଭାପତି ଥିବା ଅନୁବ୍ରାତଙ୍କୁ ଅଗଷ୍ଟ ୫ରେ ହାଜର ହେବାକୁ ସିବିଆଇ ପକ୍ଷରୁ ନୋଟିସ ହୋଇଥିଲା।
ତେବେ ଏହା ପରେ ସେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏସଏସକେମ ହସପିଟାଲର ୭ ଜଣିଆ ସଦସ୍ୟ ଗଠନ କରାଯାଥିଲା। ପରୀକ୍ଷା ପରେ ଅନୁବ୍ରାତଙ୍କ ମେଡିକାଲ ଚିକିତ୍ସା ଆବଶ୍ୟକ ନାହିଁ ବୋଲି ଯାଞ୍ଚ ଟିମ କହିଥିଲା ।
ଯେତେବେଳେ ଅନୁବ୍ରାତଙ୍କୁ ହସପିଟାଲ ବାହାରକୁ ନିଆଯାଉଥିଲା ସେଠିକାର ଲୋକେ ତାଙ୍କୁ ଚୋର ଚୋର କହି ଚିଲାଇଥିଲେ। ଅନୁବ୍ରାତ ପୂର୍ବରୁ ୨ ଥର ଜେରାର ସମ୍ମୁଖୀନ ହୋଇସାରିଛନ୍ତି। ନିକଟରେ ବେଆଇନ ଗୁରୁ ଚାଲାଣ ସ୍କାମ ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି। ଏହା ପୂର୍ବରୁ ଅନୁବ୍ରାତଙ୍କ ଦେହରକ୍ଷୀଙ୍କୁ ଉକ୍ତ ଘଟଣାରେ ଗିରଫ କରାଯାଇଛି।

nis-ad
Leave A Reply

Your email address will not be published.