ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଏଥିପାଇଁ ଆଜି ତାଙ୍କୁ ମୁମ୍ବାଇର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ଜମି ଦୁର୍ନୀତି ଘଟଣାରେ ଇଡି ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ଏହାପରେ ଦୁଇ ପର୍ଯ୍ୟାୟରେ ରିମାଣ୍ଡରେ ତାଙ୍କୁ ଘନଘନ ଜେରା କରିଥିଲା।
ଆଜି କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ବେଳେ ଘରର ରନ୍ଧାଖାଦ୍ୟ ଓ ମେଡିସିନ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ହେଲେ ସେ ବେଡ ବ୍ୟବସ୍ଥା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ବିଚାରପତି ଆବେଦନକୁ ଖାରଜ କରି କହିଛନ୍ତି ଯେ ଜେଲ୍ର ବ୍ୟବସ୍ଥା ଅନୁଯାୟୀ ଅଧିକାରୀମାନେ ପର୍ଯ୍ୟାପ୍ତ ପରିମାଣର ବେଡ ବ୍ୟବସ୍ଥା କରିଛନ୍ତି। ତେଣୁ ବେଡ ପାଇଁ ଅନୁମତି ମିଳିବ ନାହିଁ।
ଅଗଷ୍ଟ ୧ରେ ଇଡି ତାଙ୍କୁ ଗିରଫ କରିଥିଲା। ଏହାପରେ ଦୁଇ ପର୍ଯ୍ୟାୟରେ ୮ ତାରିଖ ଯାଏ ରିମାଣ୍ଡରେ ଆଣି ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ପିଏମଏଲଏ କୋର୍ଟର ବିଚାରପତି ଏମଜି ଦେଶପାଣ୍ଡେଙ୍କ ଆଗରେ ହାଜର କରାଯାଇଥିଲା। ଆଜି ଇଡି ପକ୍ଷରୁ ଆଉ ଅଧିକ ଦିନର ରିମାଣ୍ଡ ମଗା ଯାଇ ନଥିଲା। ତେଣୁ ସଞ୍ଜୟ ରାଉତଙ୍କୁ ଜଜ୍ ଦେଶପାଣ୍ଡେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post