କ୍ୟାବିନେଟରେ ଥିଲେ ୨ ଜଣ, କାଲି ସାମିଲ ହେବେ ୧୪

ମୁମ୍ବାଇ: ଆସନ୍ତକାକାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ। ଏଥିରେ ୧୪ ଜଣମନ୍ତ୍ରୀ ଶପଥ ନେଇପାରନ୍ତି। ନୂଆମନ୍ତ୍ରୀମଣ୍ଡରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ। ଅର୍ଥାତ ପ୍ରତି ଅଞ୍ଚଳରୁ ଜଣକୁ ମନ୍ତ୍ରୀପଦଦ ମିଳିବ। ବରିଷ୍ଠ ବିଜେପି ନେତା ସୁଧିର ମୁଙ୍ଗାନତୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ୍‌ଙ୍କୁ ନୂଆ ମନ୍ତ୍ରିମଣ୍ଡରେ ସାମିଲ କରାଯିବ। ସେହିପରି ସିନ୍ଧେଙ୍କ ଟିମର ଗୁଲାବ ରଖୁନାଥ ପାଟିଲ, ସଦା ସର୍ଭନକା ଏବଂ ଦୀପକ ବସନ୍ତ କେଶରକର ପ୍ରମୁଖ ଶପଥ ନେଇ ପାରନ୍ତି। ଗତ ଜୁନ୍‌ ୩୦ ତାରିରେ ଶିବସେନା ବିଧାୟକ ଏକନାଥ ସିନ୍ଧେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଶିବସେନାର ବିଦ୍ରୋହ ପରେ ଉଦ୍ଧବଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମହାରାଷ୍ଟ୍ରରେ ଗଠନ ହୋଇଥିଲା ସିନ୍ଦେ ସରକାର। ସେବେଠାରୁ କ୍ୟାବିନେଟରେ କେବଳ ଏହି ୨ ଜଣ ସାମିଲ ଥିଲେ। ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା। ତେଣୁ ସରକାର ଗଠନର ୨ ମାସ ମଧ୍ୟରେ ସିନ୍ଦେ ସରକର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବାଧ୍ୟ ହୋଇଛନ୍ତି। ଏହାପୂର୍ବରୁ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଫଡ଼ନାଭିସ ବାରମ୍ବାର ଦିଲ୍ଲୀ ଗସ୍ତ କରିଥିଲେ।
ଗତକାଲି ସିନ୍ଧେ ଅନ୍ୟ ୨୨ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ନୀତି ଆୟୋଗ ବୈଠକରେ ବି ଯୋଗଦେଇଥିଲେ। ଏହି ବୈଠକ ପରେ ବିଜେପି ହାଇକମାଣ୍ଡ ସହ ଫଡନାଭିସ ଓ ସିନ୍ଧେ ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ ନେଇ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି। ତେବେମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବିଳମ୍ବ ହୋଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ କୌଣସି ବାଧାପ୍ରାପ୍ତ ହୋଇ ନଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି।

nis-ad
Leave A Reply

Your email address will not be published.