ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା : ଗଜପତି ଜିଲ୍ଲା ଚୋରା ମଦ ବ୍ୟବସାୟୀ ଙ୍କ ପେଣ୍ଠସ୍ଥଳୀ…!

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏବେ ପାଲଟିଛି ଚୋରା ମଦ ବେପାରୀଙ୍କ ଭୂସ୍ବର୍ଗ l ସୂଚନା ଥାଉକି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳ ରେ ଥିବା ରଙ୍ଗିପୁର ଗ୍ରାମ ର କିଛି ଚୋରା ମଦ ବେପାରୀ ଚୋରା ମଦ ରାନ୍ଧି ଦିନ ଦ୍ୱିପହଁରେ ଖୁଲମ ଖୁଲାଭାବେ ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ କୁ ଚାଲେଞ୍ଜ ଦେଇ ଚୋରା ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l ସେଇଠି ଥିବା କିଛି ଲାଇସେନ୍ସ ପ୍ରାପ୍ତ ମଦ ଭେଣ୍ଡର ମାଲିକ ମାନେ ଅବକାରୀ ବିଭାଗ କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୌଣସି ପ୍ରକାର କାଯ୍ୟାନୁଷ୍ଠାନ କରା ନ ଯିବା ଫଳ ରେ ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ର ମଧୁଚନ୍ଦ୍ରିକା ଥାଇପାରେ ବୋଲି ଅଭିଯୋଗ

ଜାଣିବାକୁ ମିଳୁଛି l ଶୁଣିବାକୁ ମିଳୁଛି ଯେ ଏହି ଚୋରା ମଦ ବ୍ୟବସାୟୀ ମାନେ କିଛି ପୋଲିସ ଏବଂ ଅବକାରୀ ବିଭାଗ ର ବାବୁଙ୍କୁ କିଛି ମୋଟା ଅଙ୍କର ମାସିକ ଟଙ୍କା ଦେଇ ସେମାନଙ୍କୁ ହାତବାରୀଶ କରି ପାରଳାଖେମୁଣ୍ଡି ଅଞ୍ଚଳ ରେ ଚୋରା ମଦ ଖୁଲମ ଖୋଲା ପୋଲିସ ଥାନା ର ମାତ୍ର ୫0 ମିଟର ଦୂରରେ ଚୋରା ମଦ ବିକ୍ରି କରୁଛନ୍ତି ତଥାପି ଥାନା ପକ୍ଷରୁ କୌଣସି ପ୍ରକାର କାଯ୍ୟାନୁଷ୍ଠାନ ହେଉ ନାଇଁ l ଯାହାକୁ ନେଇ ଅଞ୍ଚଳ ବାସୀ ମଧ୍ୟ ଅଭିଯୋଗ କରି ଆସୁଛନ୍ତି ତାହାପି ଅବକାରୀ ବିଭାଗ ଓ ପୋଲିସ ବିଭାଗ ଅଭିଯୋଗ ପରେ ବି ଚୁପ ବସିବାକୁ ନେଇ ସରକାରୀ ବାବୁ ମାନଙ୍କର କାଯ୍ୟ କୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଚୋରା ମଦ ବେପାରୀ ମାନଙ୍କ ବର୍ତମାନ ସମଗ୍ର ଜିଲ୍ଲା ଭୂସ୍ବର୍ଗ ପାଲଟିଛି କହିଲେ ଚଳେ ସରକାରୀ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ମାନେ ସରକାରୀ ନିୟମ ଅନୁଯାଇ ଲାଇସେନ୍ସ ଆଣି ମଦ ବିକ୍ରି କରିବା ର କିଛି ମାନେ ନାହିଁ, ସରକାରଙ୍କୁ ମୋଟା ଅଙ୍କର ରାଜସ୍ୱ ଦେବା ଲାଇସେନ୍ସ ଆଣି ମଦ ବେପାର କରିବା ଯାହା ଏଠାରେ ସରକାରୀ ବାବୁ ମାନଙ୍କୁ ଖୁସି କରାଇ ଏହି ଭଳି ଚୋରା ମଦ ବେପାର କରିବାରେ ଅନେକ ଲାଭ ଅଛି ବୋଲି ଶୁଣିବାକୁ ମିଳୁଛି

nis-ad
Leave A Reply

Your email address will not be published.