OSLର କର୍ମଚାରୀ ତୌସିଫ ଖାନ୍‌ ସିବିଆଇରେ ହାଜର

ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ସିବିଆଇ ତଦନ୍ତ ଆଗକୁ ବଢ଼ିବା ସହ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏ ୬ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ । ସମସ୍ତଙ୍କୁ ମୁହାଁମୁହିଁ ଜେରା ଚାଲିଛି । ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ଓ ବିଲଡର ଶିଶିର ଦାସଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି ସିବିଆଇ । ତଦନ୍ତରୁ ଲାଞ୍ଚ କାରବାର ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଡାରରେ ଆଉ କିଛି ଅଛନ୍ତି ।

ଗତକାଲି ରାତିରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଜଣେ କର୍ମଚାରୀ ତୌସିଫ ଖାନ୍‌ ସିବିଆଇରେ ହାଜର ହୋଇଛନ୍ତି । ସେ ଲିଗାଲ୍‌ ଡିପାର୍ଟମେଣ୍ଟରେ କାମ କରନ୍ତି । ତାଙ୍କୁ ପଚରାଉଚରା କରୁଛ ସିବିଆଇ ।

ଏଫଆଇଆରରେ OSLର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ ସୁମନ୍ତଙ୍କୁ ତୌସିଫଙ୍କ ସହ ଭେଟିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି । ସେଥିପାଇଁ ସିବିଆଇରେ ହାଜର ହୋଇଛନ୍ତି ତୌସିଫ । ସେହିପରି KCT ଗ୍ରୁପର ବେଦପ୍ରିୟ ମହାନ୍ତିଙ୍କୁ ଖୋଜୁଛି ସିବିିଆଇ । ଲାଞ୍ଚ କାରବାର ମାମଲାରେ ଦେବପ୍ରିୟ ମଧ୍ୟସ୍ଥି ଭାବେ କାମ କରୁଥିଲେ ।

nis-ad
Leave A Reply

Your email address will not be published.