ନଦୀ ବାଲିରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡା: ନଦୀ ପଠାରେ ଅଜଣା ଯୁବୀତଙ୍କ ମୃତଦେହ ଠାବ । ଆଜି(ରବିବାର) ନୂଆପଡା ଜିଲ୍ଲା କାପସି ଉଦନ୍ତୀ ସେତୁ ନିକଟରେ ଏହି ମୃତଦେହଟି ଠାବ ହୋଇଛି । ମୃତଦେହ ନଦୀ ବାଲିରେ ଅଧା ପୋତି ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି ।

ନିକଟରେ ଯୁବତୀଙ୍କ ଏକ ହଳଦିଆ ରଙ୍ଗର ଡ୍ରେସ ମଧ୍ୟ ପଡିଛି । ଏନେଇ ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଯୁବତୀଙ୍କୁ କେହି ହତ୍ୟା କରି ନଦୀ ବାଲିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ହେଲେ ଏ ଯାଏଁ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାରେ ଛାନଭିନ୍ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.