ପୁଣି ଶ୍ରୀମନ୍ଦିରରେ ଅଘଟଣ; ସର ଘରେ ଲାଗିଲା ନିଆଁ

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ଶ୍ରୀମନ୍ଦିର ରୋଷ ଘର ନିକଟ ‘ସର ଘର’ରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ମହାପ୍ରସାଦ ରନ୍ଧନ ପାଇଁ ଥିବା କିଛି ସାମଗ୍ରୀ ପୋଡ଼ି ଯାଇଛି । ସେଠାରେ ଉପସ୍ଥିତ ଥିବା ସେବକମାନେ ନିଆଁକୁ ଆୟତ୍ତ କରିଛନ୍ତି । ଯାହାଫଳରେ ଅଧିକ କ୍ଷୟକ୍ଷତି ଘଟିନାହିଁ । ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

କିପରି ସର ଘରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ତଥାପି ରୋଷ ଘରୁ ବାହାରିଥିବା ଅଙ୍ଗାର ସର ଘର ପାଖରେ ଥିବାବେଳେ ସେହି ଅଙ୍ଗାରରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେବାକମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଏକ ବଡ ଅଘଟଣ ଟଳିଯାଇଛି ।

nis-ad
Leave A Reply

Your email address will not be published.