ଗୋପାଳପୁର ବନ୍ଦର ପକ୍ଷରୁ କାଳୀପଲ୍ଲୀ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାକେନ୍ଦ୍ର ଆୟୋଜିତ

ଗୋପାଳପୁର /ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଳୀପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିବା ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଭି ଜେ ରାଓ କହିଥିଲେ ଯେ ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ନିଶ୍ଚିତ କରାଇବା ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର ଅଟେ। ଜନଗୋଷ୍ଠୀ ଙ୍କୁ ସେବା ପ୍ରଦାନ କରିବାର ସୁଯୋଗ ପାଇ ଆମେ ଖୁସି।

ସାମାଜିକ ଦାୟିତ୍ବବୋଧ କାର୍ଯକ୍ରମକୁ ଅଧିକ ରୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଶିକ୍ଷା ତଥା ପରିବେଶ ର ସୁରକ୍ଷା ଦିଗରେ ଅଧିକ ରୁ ଅଧିକ ଯତ୍ନବାନ ହେବ ବୋଲି ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର ମତପୋଷଣ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କାଳୀପଲ୍ଲୀ ପଞ୍ଚାୟତ ସରପଞ୍ଚ ବି ଲକ୍ଷ୍ମୀ ପାତ୍ର, ସମିତିସଭ୍ୟ ବିକାଶ କୁମାର ବେହେରା, ଶ୍ରମିକ ନେତା ତଥା ସମାଜସେବୀ ଶଙ୍କର ପ୍ରସାଦ ଦାଶ, କାଲିପଲ୍ଲୀ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ, ସଭାପତି, ୱାର୍ଦ୍ଦ୍ୱ ରାଜୁ ବାବୁ, ଚମାଖଣ୍ଡି ପଞ୍ଚାୟତ ସରପଞ୍ଚ ସିଏଚ ମନୋଜ କୁମାର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ, ଏସ. ସଂଜୀବ ରେଡ୍ଡୀ, ବି. ଚନ୍ଦ୍ର ମଣି ପାତ୍ର,କାଲିପଲ୍ଲୀ ଗ୍ରାମ୍ୟ କମିଟି ସଦସ୍ୟ, ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି ଚିତ୍ତରଞ୍ଜନ ବାହିନୀପତି, ବରିଷ୍ଠ ଡାକ୍ତରୀ ଦଳ , ବନ୍ଦରର ବହୁ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଏହି ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ଭେଷଜ ବିଭାଗ ଚିକିତ୍ସା ସାହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପ୍ରାୟତଃ ୩୦୦ ରୁ ଉର୍ଧ୍ଵ ଜନସାଧାରଣ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ଠାରୁ ବିଭିନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଗୋପାଳପୁର ପୋର୍ଟର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯକ୍ରମକୁ ଅଧିକରୁ ଅଧିକ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ ।
ଏହି ଅବସରରେ ଗୋପାଳପୁର ବନ୍ଦରର କର୍ମଚାରୀ ଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ସ୍ବାସ୍ଥ୍ୟ ସଚେତନତା ବିଶିଷ୍ଟ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକରେ କିପରି ଅନ୍ଧବିଶ୍ବାସ ଠୁ ଦୂରରେ ରହି ସ୍ବାସ୍ଥ୍ୟଜନିତ ସମସ୍ୟା ହେଲେ ନିକଟସ୍ତ ସରକାରୀ ଡାକ୍ତରଖାନା ଯାଇ ପରାମର୍ଶ ନେବା ସହ ନିଜ ପରିବେଶ କୁ କିପରି ସ୍ବଚ୍ଛ ରଖିବେ ସେ ବିଷୟରେ ଉପସ୍ତିତ ଜନସାଧାରଣଙ୍କୁ ବୁଝାଯାଇଥିଲା।

ନିକଟରେ କାଲିପଲ୍ଲୀ ପଞ୍ଚାୟତ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜନ କରାଯାଇଥିଲା । ଜନଗୋଷ୍ଠୀଙ୍କର ଉନ୍ନତ ସ୍ୱାସ୍ଥ୍ୟ ଏବଂ ଉତ୍ତମ ସହାବସ୍ଥାନ ନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ବବୋଧ କାର୍ଯକ୍ରମରେ ଏକ ନବନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଉଦଘାଟନ କରାଯାଇଥିଲା ।

nis-ad
Leave A Reply

Your email address will not be published.